ମାଧୁରୀଙ୍କ ଠାରୁ ଆରମ୍ଭ କରି ସୁସ୍ମିତା ଯାଏଁ, OTTରେ ଧମାଲ କରୁଛନ୍ତି ୯୦ ଦଶକର ଏହି ଅଭିନେତ୍ରୀ

Published By : Prameya-News7 Bureau | July 21, 2022 IST

ମୁମ୍ବାଇ ୨୧।୦୭: ବଲିଉଡ ଡିଭା । ସେନ୍ସସେସନ କୁଇନ । ଦିନ ଥିଲା ବଲିଉଡରେ କରୁଥିଲେ ରାଜୁତି । ତାଙ୍କ ଆକ୍ଟିଂ, ଡ୍ୟାନ୍ସ ଓ ଚେହେରାର ଦିଓ୍ୱାନା ଥିଲେ ସଭିଏଁ । ଧୀରେ ଧୀରେ ନିଉ କମରଙ୍କ ଏଣ୍ଟ୍ରି ପରେ କମିଥିଲା ଏମାନଙ୍କ ଦବଦବା । ହାତ ଗଣତି କେତୋଟି ସିନେମାରେ ଅଭିନୟ କରିଥିଲେ ସତ, ହେଲେ ସେତେଟା ମିଳନିଥିଲା ସଫଳତା । ହେଲେ ଏବେ ପୁଣିଥରେ ବି-ଟାଉନରେ ଜଲଓ୍ୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ଲେଜେଣ୍ଡାରୀ ଆକ୍ଟ୍ରେସ୍ । ରୂପେଲି ପରଦା ଛାଡି ଓଟିଟି ମୁହାଁ ହେଉଛନ୍ତି ବଲିଉଡ କୁଇନ ସବୁ । ଇଣ୍ଡଷ୍ଟ୍ରିର ପ୍ରାୟ ଅଧିକାଂଶ କଳାକାର ଧିରେ ଧିରେ ଓଟିଟିରେ କରୁଛନ୍ତି କ୍ୟାରିୟର । ମାଧୁରୀ ଦୀକ୍ଷିତଙ୍କ ଠାରୁ ଆରମ୍ଭ କରି ସୁସ୍ମିତା ସେନ୍, ରବିନା ଟଣ୍ଡନଙ୍କ ଭଳି ଆକ୍ଟ୍ରେସ ଏବେ ଏହି ଦୌଡରେ । ଏମାନଙ୍କ ମଧ୍ୟରୁ କେହି କେହି ଏଣ୍ଟ୍ରି ମାରିଥିବାବେଳେ ଆଉ କେହି ଡେବ୍ୟୁ ଅପେକ୍ଷାରେ ।

ମାଧୁରୀ ଦୀକ୍ଷିତ୍‌:  ବଲିଉଡର ଧକ୍ ଧକ୍ ଗାର୍ଲ । ୧୯୮୦,୧୯୯୦ ଦଶକର ସବୁଠାରୁ ପପୁଲାର ଅଭିନେତ୍ରୀ । ଆକ୍ଟିଂସହ ଡ୍ୟାନ୍ସ ପାଇଁ ସେ ବେଶ୍ ଫେମସ୍। ଦିଲ୍, ତେଜାବ ଏବଂ ସାଜନ ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିବା ମାଧୁରୀ ନେଟଫ୍ଲିକ୍ସର ୱେବ୍ ସିରିଜ୍ 'ଦି ଫେମ୍ ଗେମ୍' ରେ ନଜର ଆସିଥିଲେ । ମାଧୁରୀଙ୍କ ବ୍ୟତୀତ ସଞ୍ଜୟ କପୁର, ଗଗନ ଆରୋରା, ମୁସ୍କାନ ଭଳି ଅନେକ କଳାକାର ଏହି ଶୋ’ରେ କାମ କରିଛନ୍ତି । ଆଗକୁ ୨୦୨୩ ଫେମ୍‌ ଗେମର ପରବର୍ତ୍ତୀ ସିଜିନ୍‌ ହୋଇପାରେ ରିଲିଜ୍ ।

{"id":659438,"sizeSlug":"large","linkDestination":"none"}

ସୁସ୍ମିତା ସେନ୍‌: ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ । ୨୦୨୦ ମସିହାରେ ଓଟିଟିରେ ଡେବ୍ୟୁ କରିଥିଲେ । ମାଧୁରୀଙ୍କ ଅପେକ୍ଷା ସୁସ୍ମିତାଙ୍କ ଓଟିଟି କ୍ୟାରିଥିଲା ବେଶ ପ୍ରଭାବିତ । ଡିସ୍ନି ପ୍ଲସ୍ ହଟଷ୍ଟାରରେ 'ଆର୍ଯ୍ୟା' ସହ ୱେବ୍ କ୍ୟାରିଅର୍ ଆରମ୍ଭ କରିଥିଲେ ସୁସ୍ । ରାମ ମାଧବନୀଙ୍କ ନିର୍ଦ୍ଦେଶିତ ଏହି ଶୋ’ରେ ସୁସ୍ମିତା ମୁଖ୍ୟ ଲିଡ ରୋଡରେ  ନଜର ଆସିଥିଲେ । ଏପର୍ଯ୍ୟନ୍ତ ଏହି ସିରିଜର ଦୁଇଟି ପାର୍ଟ ରିଲିଜ୍ ହୋଇ ସାରିଛି । ଯେଉଁଥିପାଇଁ 'ଆର୍ଯ୍ୟ'କୁ ପ୍ରାୟ ସର୍ବଭାରତୀୟ ସ୍ତରରେ ମିଳିଥିଲା ବାହାବା ।  

{"id":659439,"sizeSlug":"full","linkDestination":"none"}

କରିସ୍ମା କପୁର: ସବୁଠୁ କମ୍ ବୟସରେ ବଲିଉଡରେ ଏଣ୍ଟ୍ରି । କପ୍ପୁର ଖାନଦାନରେ ସେ ଲୋଲୋ । ୯୦ ଦଶକର ପ୍ରଥମ ଅଭିନେତ୍ରୀ ଯିଏ ଗ୍ଲାମର ଦୁନିଆରେ ଜାହିର କରିଥିଲେ ଦବଦବା । ଦୀର୍ଘଦିନର ଅଭିନୟ କ୍ୟାରିୟର ପରେ  ସେ zee5 ALT ବାଲାଜୀରେ ଏକତା କପୁରଙ୍କ ମେଣ୍ଟାଲହୁଡ୍‌ ୱେବ୍‌ ସିରିଜ୍‌ରେ କରିଥିଲେ ଡେବ୍ୟୁ । ଆଗକୁ କରିସ୍ମା ଆଉ ଏକ ପ୍ରୋଜେକ୍ଟରେ ଓଟିଟିକୁ ଫେରୁଛନ୍ତି ।

{"id":659440,"sizeSlug":"full","linkDestination":"none"}

କାଜୋଲ୍‌: ବ୍ଲାକ ବିଉଟି କାଜୋଲ୍ । ୧୯୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ । ତାଙ୍କ ଅଭିନୀତ ଅନେକ ହିନ୍ଦୀ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ବେଶ୍ ଛାଡ ଛାଡିଯାଇଛଇ । କାରଣ ଶାହାରୁଖଙ୍କ ସହ ତାଙ୍କ ଯୋଡି ଥିଲା ସୁପର ଡୁପର ହିଟ୍ । 'ଦିଲୱାଲେ ଦୁଲହନିଆ ଲେ ଜୟେଙ୍ଗେ' ଏବଂ 'କୁଚ କୁଚ ହୋତା ହେଁ ପାଇଁ ଆଜି ବି ସେ ଘରେ ଘରେ ପରିଚିତ । ଧୀରେ ଧୀରେ ସବୁ OTT ମୁହାଁ ହେଉଥିବା ବେଳେ କାଜୋଲ ବି ପଛରେ ନାହାଁନ୍ତି ।  ଡିସ୍ନି + ହଟଷ୍ଟାର୍ ସିରିଜ୍‌ରେ କାଜୋଲ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି ।

{"id":659441,"width":838,"height":524,"sizeSlug":"full","linkDestination":"none"}

ଶିଳ୍ପା ଶେଟ୍ଟୀ: ବଲିଉଡ ଡିଭାଙ୍କ ମଧ୍ୟରେ ଆଗରେ ରହିଥାଏ ଶିଳ୍ପାଙ୍କ ନାଁ । ତାଙ୍କ ଅଭିନୟ ଛଡା ସେ ତାଙ୍କର ସୁନ୍ଦର ଚେହେରା ପାଇଁ ବେଶ୍ ପପୁଲାର । ଫିଲ୍ମ ବ୍ୟତୀତ ରିଅଲିଟି ସୋରେ ଦେଖିବାକୁ ମିଳିଥାଏ ଜଲଓ୍ୱା । ଏବେ ତାହ୍କ ହାତରେ ରହିଛି ଅନେକ ରିଆଲିଟି ସୋ । ବର୍ତ୍ତମାନ ସେ ରୋହିତ ଶେଟ୍ଟୀଙ୍କ 'ଇଣ୍ଡିଆନ୍‌ ପୋଲିସ୍ ଫୋର୍ସ' ସହ ୱେବ୍‌ ସିରିଜ୍‌ରେ ନଜର ଆସିବେ । ଯେଉଁଥିରେ ତାଙ୍କ ଅପୋଜିଟରେ ରହିବେ  ସିଦ୍ଧାର୍ଥ ମଲହୋତ୍ରା, ବିବେକ ଓବରାଇ । ଏହା ଆକ୍ସନ, ଡ୍ରାମା ଉପରେ ଆଧାରିତ ।

{"id":659444,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.