ହାର୍ଟ ଆଟାକ ପରେ ପ୍ରଥମ ଥର ରାମ୍ପ ଶୋ’ରେ ନଜର ଆସିଲେ ସୁସ୍ମିତା ସେନ୍, ଫ୍ୟାନ୍ସ କହିଲେ-ସେହି ହସ..ସେଇ ଷ୍ଟାଇଲ୍
12/03/2023 at 10:46 AM

ମୁମ୍ଵାଇ ୧୨।୦୩: ମୁମ୍ଵାଇରେ ବର୍ତ୍ତମାନ ଲାଖମି ଫ୍ୟାଶନ ୱିକ୍ ଚାଲୁଛି। ଯେଉଁଠାରେ ଏପର୍ଯ୍ୟନ୍ତ ତାରକାଙ୍କ ରାମ୍ପ ୱାକ୍ କରୁଥିବାର ଦେଖିବାକୁ ମିଳିଛି । ଯେମିତିକି ସୋନାକ୍ଷୀ ସିହ୍ନା , ଶୋଭିତା ଧୁଲପାଲା, ସଞ୍ଜନା ସାନ୍ଧୀ, ରକୁଲ ପ୍ରୀତ ରାମ୍ପରେ ଚାଲିଥିଲେ। ନିକଟରେ ଫିଲ୍ମ ଅଭିନେତ୍ରୀ ସୁସ୍ମିତା ସେନଙ୍କର ହୃଦଘାତ ହୋଇଥିଲା। ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏବେ ତାଙ୍କୁ ମୁମ୍ବାଇର ଲାକମେ ଫ୍ୟାଶନ ସପ୍ତାହରେ ରେମ୍ପ ଚାଲୁଥିବା ଦେଖିବାକୁ ମିଳିଛି। ଏହାର ତୃତୀୟ ଦିନରେ ସୁସ୍ମିତା ସେନ୍ ଶୋ’ର ଶୋଷ୍ଟପର ହୋଇଥିଲେ। ଡିଜାଇନର ଅନୁଶ୍ରୀ ରେଡ୍ଡୀଙ୍କ ଡିଜାଇନ କରାଯାଇଥିବା ଲେହେଙ୍ଗା ପିନ୍ଧିଥିଲେ।
ନିକଟରେ ତାଙ୍କର ହାର୍ଟଆଟାକ୍ ହୋଇଥିଲା । ସର୍ଜରୀ କଲା ପରେ ପ୍ରଥମ ଥର କାମକୁ ଫେରିଛନ୍ତି। ଲାଖମୀ ଫ୍ୟାଶନ ୱିକ୍ର ଭିଡିଓ ସୁସ୍ମିତା ସେୟାର କରିଛନ୍ତି। ଏଥିରେ ସେ ଏକ ସୁନ୍ଦର ପୋଷାକ ପିନ୍ଧି ରାମ୍ପରେ ଚାଲୁଥିବାର ଦେଖିବାକୁ ମିଳିଥିଲା। କ୍ୟାମେରା ଆଡକୁ ପୋଜ୍ କରିବା ପରେ ସେ କାହାକୁ ଡାକି ଏକ ପୁଷ୍ପଗୁଚ୍ଛ ମଧ୍ୟ ଦେଉଥିବାର ନଜର ଆସିଛନ୍ତି । ଏହା ପରେ ସେ ପୁଣି ପୋଜ୍ କରୁଥିବା ନଜର ଆସିଛନ୍ତି । ସୁସ୍ମିତାଙ୍କ ସେହି ସୁନ୍ଦର ହସ , ଷ୍ଟାଲ୍ , ଲୁକ୍ ତାଙ୍କ ମୁହଁରେ ଜଣାପଡୁଥିଲା। ତାଙ୍କୁ ଦେଖି ଜଣେ ଫଟୋଗ୍ରାଫର କହିଲେ ଆପଣ ବହୁତ ଷ୍ଟ୍ରଙ୍ଗ, ଭଲ ଲାଗୁଛି ଆପଣଙ୍କୁ ଦେଖିକି ।
ଏହାର ଉତ୍ତରରେ ସୁସ୍ମିତା କହିଛନ୍ତି ମୋ ପାଖ ଲୋକଙ୍କ ପ୍ରାର୍ଥନା ଅଛି। ବହୁତ ଭାଗ୍ୟବାନ ମୁଁ। ଏହାରି ଭିତରେ ତାଙ୍କ ପୂର୍ବ ପ୍ରେମିକ ରୋହମନ ସଲ ମଧ୍ୟ ସାଥିରେ ଥିଲେ। ଉଲ୍ଲେଖନୀୟ କଥା ହେଉଛି, ମିସ୍ ୟୁନିଭର୍ସ ହେବା ପୂର୍ବରୁ ସୁସ୍ମିତା ସେନ୍ ଜଣେ ମଡେଲ୍ ଥିଲେ । ଇନଷ୍ଟାଗ୍ରାମରେ ତାଙ୍କ ଭିଡିଓ ଭାଇରାଲ ହୋଇଛି। ୧୦ ମିନିଟରେ ଏହା ପ୍ରାୟ ୭୦୦ ଲାଇକ୍ ପାଇଛି । ଏଥିସହିତ ଅନେକ ଲୋକ ଏହା ଉପରେ ମଧ୍ୟ କମେଣ୍ଟ ଦେଇଛନ୍ତି।