ଲଲିତ ମୋଦୀଙ୍କ ସହ ବିବାହ କରିବାକୁ ଚାହୁଁଥିଲେ ସୁସ୍ମିତା ସେନ୍ ? ଅଭିନେତ୍ରୀ ନିଜେ କଲେ ଖୁଲାସା
18/11/2023 at 9:47 PM

ନୂଆଦିଲ୍ଲୀ: ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ ଫିଲ୍ମ କ୍ୟାରିୟର ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହୁଛନ୍ତି । ସେ ନିଜ ସମ୍ପର୍କକୁ ନେଇ ବେଶ ମୁଖର ରହିଥାନ୍ତି । ଗତ ବର୍ଷ ସୁସ୍ମିତାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଥିଲେ ଲଲିତ ମୋଦୀ । ଏହା ଉପରେ ସେତେବେଳ ବେଶ ଚର୍ଚ୍ଚା ହୋଇଥିଲା । ଦୁହେଁ ଛୁଟି ବିତାଉଥିବା ଫଟୋରେ ଦେଖିବାକୁ ମିଳିଥିଲା । ଏବେ ଲଲିତ ମୋଦୀଙ୍କ ସହ ଅଫେୟରକୁ ନେଇ ଅଭିନେତ୍ରୀଙ୍କ ବୟାନ ଆସିଛି । ସେ ଖୁଲାସା କରିଛନ୍ତି ଯେ ତାହା ଜୀବନର ଆଉ ଏକ ପର୍ଯ୍ୟାୟ ଥିଲା । ଲଲିତ ମୋଦୀଙ୍କ ସହ ତାଙ୍କ ଫଟୋ ଉପରେ ଯେଉଁ ପ୍ରତିକ୍ରିୟା ଆସିଥିଲା, ସେଥିରେ ସେ ଚକିତ ହୋଇଥିଲେ ।
ସୁସ୍ମିତା ସେନ ଏକ ପୋଷ୍ଟ କରି ଲଲିତ ମୋଦୀଙ୍କ ସହ ବିବାହ କରି ନଥିବା କହିଥିଲେ । ମିଡ୍ ଡେକୁ ଏକ ସାକ୍ଷାତକାର ଦେଇ ଅଭିନେତ୍ରୀ କହିଛନ୍ତି, ‘ମୁଁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ, କାରଣ ମୁଁ ଅନୁଭବ କରେ ଲୋକଙ୍କ ଚୁପ ରହିବାକୁ କିଛି ଜଣ ତାକୁ ଦୁର୍ବଳତା ବୋଲି ଭାବି ନିଅନ୍ତି । ମୁଁ ଖୁସିରେ ଅଛି ବୋଲି ଜଣାଇବା ପାଇଁ ଗୋଟିଏ ପୋଷ୍ଟ କରିବାର ଥିଲା । ଏହାପରେ ମୋର କାମ ହୋଇଗଲା’।
ପଢନ୍ତୁ: ସୁସ୍ମିତାଙ୍କ ପରେ କାହାକୁ ଡେଟ୍ କରୁଛନ୍ତି ଲଲିତ୍ ମୋଦି ? ସୁପରମଡେଲ୍ଙ୍କ ସହ ଲଣ୍ଡନରୁ ଫଟୋ ଭାଇରାଲ୍
ସେ କହିଛନ୍ତି, ‘ବହୁତ ଭଲ ମିମ୍ସ ଆସୁଥିଲା । ମଜା ଆସୁଥିଲା, କିନ୍ତୁ ଯେତେବେଳେ ଆପଣ ଗୋଲ୍ଡଡିଗର କହୁଛନ୍ତି, ସେତେବେଳ ମୋନିଟାଇଜ୍ କର ନାହିଁ । ତାହା ଏକ ଅଲଗା ଅନୁଭୂତି ଥିଲା, ଗୋଟିଏ ପର୍ଯ୍ୟାୟ ଥିଲା । ଯଦି ମୁଁ କାହା ସହ ବିବାହ କରିବାକୁ ଯାଉଥାନ୍ତି, ତେବେ ମୋ ବିବାହ ପୂର୍ବରୁ ହୋଇ ସାରିଥାନ୍ତା । ମୁଁ ପ୍ରୟାସ କରେ ନାହିଁ । ମୁଁ କରେ ନହେଲେ କରେ ନାହିଁ’।