ଲଲିତ ମୋଦିଙ୍କ ପ୍ରେମରେ ଉବୁଟୁବୁ ସୁସ୍ମିତା, ସେୟାର କଲେ ବର୍ଷା ଭିଜା ଫଟୋ
17/08/2022 at 8:25 AM

ମୁମ୍ଵାଇ ୧୭।୦୮: ଲଲିତ ମୋଦୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ସୁସ୍ମିତା । ବର୍ତ୍ତମାନ ସେ ତାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି। ପ୍ରେମ ସମ୍ପର୍କରେ ଆସିବା ପରେ ସୁସ୍ମିତା ସେନ ଆଜିକାଲି ବହୁତ ଖୁସି ଦେଖାଯାଉଛନ୍ତି। ଏହାର ପ୍ରମାଣ ହେଉଛି ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଯେଉଁଥିରେ ସେ ପ୍ରତିଦିନ ତାଙ୍କର ଫଟୋ ସେୟାର କରୁଛନ୍ତି । ସୁସ୍ମିତା ବର୍ତ୍ତମାନ ଏପରି କିଛି ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଲଗାତାର ମନ୍ତବ୍ୟ ଦେଉଛନ୍ତି।
ମୁମ୍ବାଇରେ ବର୍ଷାରେ ଓଦା ହେବାବେଳେ ସୁସ୍ମିତା ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଅଭିନେତ୍ରୀ ବର୍ଷାରେ ଭିଜିଛନ୍ତି। ପରେ କାର ଭିତରେ ବସି ବର୍ଷାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଆହୁରି ଫଟୋ ମଧ୍ୟ ସେୟାର କରିଛନ୍ତି।
ଏହି ଫଟୋଗୁଡ଼ିକ ଦେଖି ଆପଣ ମଧ୍ୟ କହିବେ ଯେ ଅଭିନେତ୍ରୀ ବର୍ଷା ର ସୁନ୍ଦର ପାଗକୁ ଉପଭୋଗ କରୁଛନ୍ତି । ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ୍ କମେଣ୍ଟ କରୁଛନ୍ତି। ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।