ମୁମ୍ବାଇ ୨୭/୩: କରୋନା ଭାଇରସ୍ ଯୋଗୁଁ ଏବେ ସମଗ୍ର ବିଶ୍ବ ଆତଙ୍କିତ ରହିଛି। ଲୋକେ ଏହି ଭାଇରସର ନିଦାନ ବାହାର କରି ପାରୁ ନାହାନ୍ତି। କିନ୍ତୁ ଏପରି ପରିସ୍ଥିତିରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ କହିଛନ୍ତି ଯେ ତାଙ୍କୁ କରୋନାଠୁ ବର୍ତ୍ତିବାର ଔଷଧ ମିଳିଯାଇଛି।
wp:core-embed/instagram {"url":"https://www.instagram.com/p/B-NMa1bhg9x/","type":"rich","providerNameSlug":"instagram","className":""} /wp:core-embed/instagramସୁସ୍ମିତା ସେନ୍ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ସେ ଏକ ଔଷଧ ଶିଶି ସେୟାର କରିଛନ୍ତି ଯେଉଁଥିରେ ଲେଖାଯାଇଛି- ଷ୍ଟେ ଆଟ୍ ହୋମ୍। ଏହାର ଅର୍ଥ ହେଉଛି ଯେ ସୁସ୍ମିତା ସେନ୍ ମଧ୍ୟ ସମସ୍ତଙ୍କୁ ଏହି ପରାମର୍ଶ ଦେଉଛନ୍ତି ଯେ ସମସ୍ତେ ଘରେ ରୁହନ୍ତୁ।
wp:core-embed/instagram {"url":"https://www.instagram.com/p/B9-C1OFBcnM/","type":"rich","providerNameSlug":"instagram","className":""} /wp:core-embed/instagramସୁସ୍ମିତା ତାଙ୍କ ପୋଷ୍ଟରେ ଆଉ ଏକ କଥା ମଧ୍ୟ ଲେଖିଛନ୍ତି। ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ କେହି ବି ଏପରି ସଙ୍କଟମୟ ପରିସ୍ଥିତିରେ ନିଜେ ଡାକ୍ତର ହୁଅନ୍ତୁ ନାହିଁ। ନିଜ ମନ ମୁତାବକ ଔଷଧ ସେବନ କରିବା ଦ୍ବାରା ବିପଦ ବଢ଼ିପାରେ। ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ।
{"id":244731,"sizeSlug":"large"}ସୁସ୍ମିତା କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି ତାଙ୍କ ଶରୀରରେ ibuprofen ର ମାତ୍ରା ମିଳିଛି। ibuprofen ଏକ ଏପରି ଔଷଧ ଯାହା ଯନ୍ତ୍ରଣା ଲାଘବ କରିବାର କାମ କରିଥାଏ।
{"id":244733,"sizeSlug":"large"}Ibuprofen ବ୍ୟବହାର କରିବା ଅନୁଚିତ୍। ଯେଉଁମାନେ ibuprofen ନେଇଥାଆନ୍ତି ସେମାନଙ୍କୁ କରୋନା ଭାଇରସ୍ ହେବାର ଅଧିକ ଆଶଙ୍କା ରହିଥାଏ। ସେ ସମସ୍ତଙ୍କୁ ibuprofen ବ୍ୟବହାର ନକରିବାକୁ ନିବେଦନ କରିଛନ୍ତି।
{"id":244734,"sizeSlug":"large"}ତାଙ୍କ ହିସାବରେ ସାଧାରଣ ପାରାସିଟାମଲ୍ ସେବନ କରିବା ଠିକ୍ ହୋଇଥାଏ। ଯଦି ଯନ୍ତ୍ରଣା ହୋଇଥାଏ ତେବେ ପାରାସିଟାମଲ୍ ସେବନ କରିବା ଉତ୍ତମ ବିକଳ୍ପ। ସେ ମଧ୍ୟ କହିଛନ୍ତି କେହି ବି ତାଙ୍କ କଥାରେ ଆଖି ବୁଜି ବିଶ୍ବାସ କରନ୍ତୁ ନାହିଁ। ବରଂ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
{"id":244735,"sizeSlug":"large"}