ଚାରୁ-ରାଜୀବଙ୍କ ମଧ୍ୟରେ ପୁଣି ସମ୍ପର୍କରେ ଫାଟ, ଡିଲିଟ୍‌ କଲେ ଇନଷ୍ଟା ପୋଷ୍ଟ

Published By : Prameya-News7 Bureau | October 14, 2022 IST

ମୁମ୍ଵାଇ ୧୪।୧୦: ଚାରୁ ଆସୋପା ଏବଂ ରାଜୀବ ସେନ୍ ସେମାନଙ୍କର ପର୍ସନାଲ ଲାଇଫ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥିଲେ । ଅତୀତରେ ଉଭୟ ନିଜ ବିବାହକୁ ଦ୍ୱିତୀୟ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଥିପାଇଁ ଦୁହେଁ ନିଜ ଆଉକାଉଣ୍ଟରେ ଏକ ଲମ୍ବ ନୋଟ୍‌ ସେୟାର କରି। କିନ୍ତୁ ଏବେ ପୁଣି ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । କେବଳ ଏତିକି ନୁହେଁ ଉଭୟଙ୍କ ସମ୍ପର୍କ ପୁଣି ଥରେ ଭାଙ୍ଗିବାର ଖବର ସାମ୍ନାକୁ ଆସିଛି । ଯାହା ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଅଟେ।

ଖବର ଅନୁଯାୟୀ, ଚାରୁ ଏବଂ ରାଜୀବ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଛନ୍ତି । ଉଭୟ ପ୍ରମାଣ କରି ଦେଇଛନ୍ତି କି ଦୁହିଁଙ୍କ ମଧ୍ୟରେ ପୁଣି ଝଗଡା ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ ଚାରୁ ଏବଂ ରାଜୀବ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପରସ୍ପରର ଫଟୋ ଡିଲିଟ କରି ଦେଇଛନ୍ତି। ଦାବି ହେଉଛି ଯେ ଉଭୟ କେବଳ କରୱାଚୌଥ ପରେ ପରସ୍ପରକୁ ଅନଫଲୋ କରିଛନ୍ତି।

ଏହି ଖବର ସାମ୍ନାକୁ ଆସିବା ପରେ ଚାରୁ ଏବଂ ରାଜୀବଙ୍କ ଇନଷ୍ଟା ଆକାଉଣ୍ଟରୁ ଦୁଇ ଜଣଙ୍କର କୌଣସି ଫଟୋ ନାହିଁ । ନିକଟରେ ଦୁହେଁ ତାଙ୍କର ରୋମାଣ୍ଟିକ୍‌ ଫଟୋ ସେୟାର କରିଥିଲେ। ଯାହା ଏବେ ଆଉ ନାହିଁ ।  ବର୍ତ୍ତମାନ ତାହା ଡିଲିଟ୍ ହୋଇଯାଇଛି । ଏହା ବ୍ୟତୀତ ଇନଷ୍ଟାରୁ ନୋଟ୍ ମଧ୍ୟ ହଟାଇ ଦିଆଯାଇଛି। ଯେଉଁଥିରୁ ଜଣାପଡୁଛି କି ଦୁହିଁଙ୍କ ମଧ୍ୟରେ ପୁଣି ଥରେ କିଛି ସମସ୍ୟା ଦେଖାଦେଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.