oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ରୋହମନ୍‌ ଶୋଲଙ୍କ ସହ ବ୍ରେକ୍‌ଅପ୍‌ ନେଇ ସ୍ପଷ୍ଟକଲେ ଅଭିନେତ୍ରୀ ସୁସ୍ମିତା ସେନ୍‌: କହିଲେ,‘ସମ୍ପର୍କ ନାହିଁ ସତ କିନ୍ତୁ ବନ୍ଧୁତା ରହିବ’

23/12/2021 at 8:33 PM

ମୁମ୍ବାଇ ୨୩/୧୨ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ ବ୍ରେକ୍‌ଅପ୍‌ ନେଇ ଶେଷରେ ମୁହଁ ଖୋଲିଛନ୍ତି । ରୋହମନ୍‌ ଶୋଲଙ୍କ ସହ ବ୍ରେକ୍‌ଅପ୍‌ ହୋଇଥିବା ନେଇ ହେଉଥିବା ଚର୍ଚ୍ଚା ଶେଷର ସତ ହୋଇଛି । ନିଜେ ସୁସ୍ମିତା ଏ ନେଇ ସୂଚନା ଦେଇଛନ୍ତି । ସୁସ୍ମିତା କହିଛନ୍ତି, ‘ସେ ଏବଂ ରୋହମନ୍‌ ଶୋଲଙ୍କ ମଧ୍ୟରେ ଥିବା ସମ୍ପର୍କ ଅନେକ ଦିନ ପୂର୍ବରୁ ଶେଷ ହୋଇଯାଇଥିଲା । କିନ୍ତୁ ଆମ ଭିତରେ ଭଲପାଇବା ପୂର୍ବଭଳି ରହିଛି ।’

ଅନେକ ଦିନ ଧରି ଲାଗିରହିଥିବା ଚର୍ଚ୍ଚା ଭିତରେ ରୋହମନଙ୍କ ସହ ଫଟୋ ସେୟାର କରିଛନ୍ତି ସୁସ୍ମିତା ସେନ୍‌ । ଉଭୟ ସେଲ୍‌ଫି ପୋଜ୍‌ରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । କ୍ୟାପସନ୍‌ରେ ଅଭିନେତ୍ରୀ ଲେଖିଛନ୍ତି ଯେ, ‘ବନ୍ଧୁତାରୁ ହିଁ ଆମର ସମ୍ପର୍କ ଆରମ୍ଭ ହୋଇଥିଲା । ଏବେ ବି ବନ୍ଧୁତା ରହିଛି କିନ୍ତୁ ସମ୍ପର୍କ ଅନେକ ଦିନ ତଳୁ ଶେଷ ହୋଇଯାଇଛି । ଭଲ ପାଇବା ରହିଛି’ ।

ସୁସ୍ମିତା ସେନ୍‌ ଏବଂ ରୋହମନଙ୍କ ଯୋଡିକୁ ବଲିଉଡରେ ବେଶ୍‌ ପସନ୍ଦ କରାଯାଉଥିଲା । ସୁସ୍ମିତାଙ୍କ ଦୁଇ ଝିଅ ଏବଂ ତାଙ୍କ ପରିବାର ସହ ମଧ୍ୟ ରୋହମନଙ୍କ ବେଶ୍‌ ଭଲ ସମ୍ପର୍କ ରହିଥିଲା । କିନ୍ତୁ ହଠାତ୍‌ ଏହି ଯୋଡିଙ୍କ ଉପରେ କାହାର ନଜର ଲାଗିଯାଇଥିଲା । ଉଭୟ ଏବେ ଅଲଗା ରହୁଛନ୍ତି । ଏହା ଜଣାପଡିବା ପରେ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ପ୍ରଶଂସକ ଭାଙ୍ଗିପଡିଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ କେଉଁ କାରଣ ପାଇଁ ବିବାଦ ଆରମ୍ଭ ହୋଇଥିଲା ସେ ନେଇ କୌଣସି ଖୁଲାସା ହୋଇନାହିଁ ।

ସୂଚନାଯୋଗ୍ୟ, ସୁସ୍ମିତା ସେନ୍‌ ଏବଂ ତାଙ୍କ Ex ରୋହମନଙ୍କ ଚିହ୍ନା ପରିଚୟ ସୋସିଆଲ ମିଡିଆ ଜରିଆରେ ହୋଇଥିଲା । ରୋହମନ ପ୍ରଥମେ ସୁସ୍ମିତାଙ୍କୁ ମେସେଜ୍‌ କରିଥିଲେ । ପରେ ଏକ ଫେଶନ୍‌ ଶୋରେ ଉଭୟଙ୍କ ଭେଟ ହୋଇଥିଲା । ପ୍ରଥମ ଦେଖାରୁ ହିଁ ଫିଦା ହୋଇଯାଇଥିଲେ ସୁସ୍ମିତା । ପରେ ସମ୍ପର୍କ ଆଗକୁ ବଢିଥିଲା । ରୋହମନଙ୍କ ପୂର୍ବରୁ ବିକ୍ରମ ଭଟ୍ଟ, ଓ୍ବାସିମ୍ ଆକ୍ରମ, ରଣଦୀପ ହୁଡ୍ଡା, ରିତିକ୍ ରୋଶନ, ମୁଦସ୍ତର ଅଜୀଜ୍‌ଙ୍କୁ ଡେଟ୍‌ କରିସାରିଛନ୍ତି ସୁସ୍ମିତା ସେନ୍‌ ।

   Related Posts