vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ବିବାହ ପରଠୁ ଡିପ୍ରେସନ୍‌ରେ ଅଛନ୍ତି ସୁସ୍ମିତାଙ୍କ ଭାଉଜ ଚାରୁ, କହିଲେ-ମୋତେ ଆଉ ଝିଅକୁ…

24/06/2022 at 8:41 AM

ମୁମ୍ବାଇ ୨୪।୦୬: ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ୍ ଏବଂ ଚାରୁ ଅସୋପାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାର ଚାଲିଛି। ଏବେ ପୁଣି ଥରେ ଖବର ଆସିଛି ଯେ ଅଭିନେତ୍ରୀ ଚାରୁ ଏବଂ ରାଜୀବଙ୍କ ବିବାହ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ଦୁହେଁ ଛାଡପତ୍ର ହୋଇପାରେ। ଏଥିପାଇଁ ଦହେଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ଚାରୁ ମଧ୍ୟ ଏକକ ଭାବରେ ଝିଅ ଜିଆନାଙ୍କ ପ୍ରଥମ ପିତୃ ଦିବସ ପାଳନ କରିଥିଲେ। ଏହି ଦିନରେ ଚାରୁ ଏକ ଛୋଟ ଭ୍ଲଗ୍ ସେୟାର କରିଥିଲେ। ଯେଉଁଥିରେ ସେ ଅତ୍ୟନ୍ତ ବିବ୍ରତ ଦେଖାଯାଉଥିଲେ। ତାଙ୍କୁ ଏବଂ ତାଙ୍କ ଝିଅକୁ ଶାନ୍ତିରେ ରହିବାକୁ ନିବେଦନ କରିଛନ୍ତି।

ମିଡିଆ, ରିପୋର୍ଟ ଅନୁଯାୟୀ, ଚାରୁ ଏବଂ ରାଜୀବଙ୍କ ମଧ୍ୟରେ ଅନେକ ଜିନିଷକୁ ନେଇ ମତଭେଦ ହୋଇଛି। ସେଥିମଧ୍ୟରୁ ଚାରୁ ତାଙ୍କ ଝିଅର ଚେହେରା ଦେଖାଇ ନଥିଲେ। ଏଥିପାଇଁ ପ୍ରଶଂସକଙ୍କ ପ୍ରେମ ଏବଂ ଉତ୍ସାହ ଦେଖିବା ପରେ ଚାରୁ ତାଙ୍କ ଝିଅର ଚେହେରା ଦେଖାଇଥିଲେ। କୁହାଯାଉଛି କି ରାଜୀବ ଏହା ଚାହୁଁ ନଥିଲେ ଯେ ଜିଆନାଙ୍କ ଚେହେରା ଏତେ ଶୀଘ୍ର ପ୍ରକାଶ ପାଉ। ଯେତେବେଳେ ଚାରୁ ଏହା କରିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା।

ଏନେଇ ଚାରୁ ତାଙ୍କ ବ୍ଲଗ୍ ରେ ଏହି ବିଷୟରେ କଥାବାର୍ତ୍ତା ହୋଇ ତାଙ୍କ ଝିଅର ଚେହେରା ଦେଖାଇବା ଦ୍ବାରା ନଜର ଲାଗେ ନାହିଁ କାରଣ ଯେଉଁମାନେ ପ୍ରେମ କରନ୍ତି ସେମାନେ ତାଙ୍କୁ ନଜର ପକାନ୍ତି ନାହିଁ। ଏହା ସହିତ ଚାରୁ କହିଛନ୍ତି ଯେ କିଛି ଲୋକ କହୁଛନ୍ତି କି ଫ୍ୟାନ୍ସ ଫଲୋର୍ସ ପାଇବା ପାଇଁ ବା ଚର୍ଚ୍ଚାରେ ରହିବା ପାଇଁ ଏହା କରିଛି। ସେ ଏହାକୁ ଅସ୍ବୀକାର କରି ରାଗିକି, ବିରକ୍ତ ହୋଇ କହିଛନ୍ତି କି ଦୟା କରି ତାଙ୍କୁ ଏବଂ ତାଙ୍କ ଝିଅକୁ ଶାନ୍ତିରେ ରହିବା ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି। ଚାରୁଙ୍କ ଏହି ଭିଡିଓକୁ ଦେଖି ପ୍ରଶଂସକମାନେ ଭାବୁଛନ୍ତି କି ସେ ଏହା ରାଜୀବ ସେନ୍‌କୁ ବୋଧ ହୁଏ ଟାର୍ଗେଟ୍‌ କରି କହିଛନ୍ତି।  

   Related Posts