ପରସ୍ପରର ପ୍ରେମରେ ପଡିଲେ ଲଳିତ ମୋଦୀ ଏବଂ ସୁସ୍ମିତା ସେନ, ସେୟାର କଲେ ଫଟୋ, ଶୀଘ୍ର କରିବେ ବିବାହ

Published By : Prameya-News7 Bureau | July 14, 2022 IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ ଭାବେ ପରିଚିତ ଲଳିତ ମୋଦୀଙ୍କ ସହ ସୁସ୍ମିତା ସଂପର୍କରେ ଥିବା କୁହାଯାଉଛି। ଏହାର ସୂଚନା ଲଳିତ ମୋଦୀ ଖୋଦ୍ ସାମାଜିକ ଗଣମାଧ୍ୟମରେ ଦେଇଛନ୍ତି। ସୁସ୍ମିତା ସେନଙ୍କୁ ସେ ଡେଟ୍ କରୁଥିବା ସ୍ପଷ୍ଟ ଭାବେ ଲେଖିଛନ୍ତି। କାରଣ କିଛି ସମୟ ପୂର୍ବରୁ ଉଭୟ ବିବାହ କରିଥିବା ଚର୍ଚ୍ଚା ଜୋର ଧରିଥିଲା।

ଲଳିତ ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଆମେ ଦୁହେଁ ପରସ୍ପରକୁ ଭଲ ପାଉଛୁ। ଏ ଯାଏଁ ବିବାହ କରିନୁ। ମାତ୍ର ଜଲଦି ବିବାହ କରିପାରୁ। ଏହା ସହିତ ଲଲିତ ମୋଦୀ ସ୍ମୁସ୍ମିତା ସେନଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଏଥିରେ ଉଭୟ ରୋମାଣ୍ଟିକ ମୋଡରେ ନଜର ଆସୁଛନ୍ତି।

wp:html /wp:html

ସର୍ବପ୍ରଥମେ ଲଳିତ ମୋଦୀ କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସୁସ୍ମିତା ସେନଙ୍କ ସହ ରହିଛନ୍ତି। କ୍ୟାପସନରେ ଲେଖିଛନ୍ତି ପରିବାର ସହିତ ମାଳଦ୍ଵୀପ ଏବଂ ସାରଡିନିଆର ଟୁରରୁ ଏବେ ଫେରିଛି। ମୋ ସହିତ ଅଛନ୍ତି ମୋ ପ୍ରିୟର ସୁସ୍ମିତା ସେନ। ଶେଷରେ ଜୀବନର ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ଓଭର ଦ ମୁନ।

wp:html /wp:html

ଲଳିତ ମୋଦୀଙ୍କ ପ୍ରଥମ ପୋଷ୍ଟ ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଥିଲା। ଲୋକେ ଉଭୟ ପରସ୍ପରକୁ ବିବାହ କରି ନେଇଥିବା ବୁଝି ନେଇଥିଲେ। କିଛି ସମୟ ପରେ ଲଳିତ ମୋଦୀ ଦ୍ଵିତୀୟ ଟୁଇଟ୍ କରି ସେ ବିବାହ କରିନଥିବା ସ୍ପଷ୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.