ମୋଦିଙ୍କ ଉଦ୍ଦେଶ୍ୟରେ ଥିଲା ସୁଷମାଙ୍କ ଶେଷ ଟ୍ୱିଟ୍, ଜାଣନ୍ତୁ ଟ୍ୱିଟ୍‌ରେ କ'ଣ ଲେଖିଥିଲେ ସୁଷମା

Published By : Prameya-News7 Bureau | August 07, 2019 IST

ନୂଆଦିଲ୍ଲୀ ୬।୮: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି । ମଙ୍ଗଳବାର ରାତ୍ରିରେ ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁ ସୁଷମା ସ୍ବରାଜଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

wp:gallery {"ids":[141677]} /wp:gallery

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୁଷମା ସ୍ବରାଜ ଧାରା ୩୭୦ ଉଚ୍ଛେଦକୁ ନେଇ ଟ୍ୱିଟ୍ କରିଥିଲେ । ମୋଦି ସରକାରଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ ସୁଷମା । ସେ ଟ୍ୱିଟ୍ ରେ ଲେଖିଥିଲେ ଯେ, "ମୋ ଜୀବନରେ ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲି ।"

wp:core-embed/twitter {"url":"https://twitter.com/SushmaSwaraj/status/1158737840752037889?s=19","type":"rich","providerNameSlug":"twitter","className":""}
https://twitter.com/SushmaSwaraj/status/1158737840752037889?s=19
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.