ଯୋଶୀ ମଠ ସଂକଟରେ ଭାଇରାଲ ହେଉଛି ସଂସଦରେ ସୁଷମା ସ୍ୱରାଜଙ୍କ ଭାଷଣ, ଗୃହରେ ବତାଇଥିଲେ ଉତ୍ତରାଖଣ୍ଡକୁ ବଞ୍ଚାଇବାର ରାସ୍ତା
15/01/2023 at 10:07 PM

ନୂଆଦିଲ୍ଲୀ ୧୫।୧: ସ୍ୱର୍ଗତ ବିଜେପି ନେତ୍ରୀ ସୁଷମା ସ୍ୱରାଜ ୨୦୧୩ କେଦାରନାଥ ଜଳ ପ୍ରଳୟ ପରେ ସଂସଦରେ ଉତ୍ତରାଖଣ୍ଡରେ ଗଙ୍ଗା ଓ ଏହାର ସହାୟକ ନଦୀମାନଙ୍କ ଉପରେ ନିର୍ମାଣାଧୀନ ସମସ୍ତ ନଦୀବନ୍ଧ ପ୍ରକଳ୍ପ ବନ୍ଦ କରିବା ଲାଗି ଜୋରଦାର ଦାବି କରିଥିଲେ। ତତ୍କାଳୀନ ବିରୋଧୀ ଦଳ ନେତ୍ରୀ ଭାବେ ସୁଷମା ସ୍ୱରାଜ ଉତ୍ତରାଖଣ୍ଡ ନେଇ ଯେଉଁ ଦୀର୍ଘ ଭାଷଣ ଦେଇଥିଲେ ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଉତ୍ତରାଖଣ୍ଡକୁ ବଞ୍ଚାଇବାକୁ ହେଲେ ଗଙ୍ଗା ଓ ସହାୟକ ନଦୀ ଉପରେ ନିର୍ମାଣାଧୀନ ପ୍ରକଳ୍ପ ସବୁ ବନ୍ଦ ହେବା ଦରକାର ବୋଲି କହିଥିଲେ।
1. मेरी बड़ी बहन तथा उस समय की लोकसभा में भाजपा की नेता प्रतिपक्ष के भाषण का एक वीडियो वायरल हुआ और मैंने देखा। pic.twitter.com/9ozfHp5UKB
— Uma Bharti (@umasribharti) January 13, 2023
ସେ କହିଥିଲେ ଯେ ଗଙ୍ଗା ମୟାଙ୍କୁ ସୁଡ଼ଙ୍ଗରେ ବୁହାଇବା ଯୋଗୁ ଉତ୍ତରାଖଣ୍ଡକୁ ବିପଦର ସମ୍ମୁଖୀନ ହେବାକୁ ପଡୁଛି। ଏହି ସବୁ ପ୍ରକଳ୍ପ ଲାଗି ଯେତେବି ଅର୍ଥ ଖର୍ଚ୍ଚ ହୋଇଥାଉ ନା କାହିଁକି ଲୋକଙ୍କ ଉଦ୍ଧାର ଓ ଥଇଥାନ ବାବଦ ଖର୍ଚ୍ଚଠାରୁ କମ୍ ହେବ ବୋଲି ସୁଷମା ଗୃହରେ କହିଥିଲେ। ଯୋଶୀମଠକୁ ଲାଗିଥିବା ଅଞ୍ଚଳରେ ଗଙ୍ଗାନଦୀର ସହାୟକ ନଦୀ ଧୌଲୀ ଗଙ୍ଗାରେ ଏନଟିପିସିର ୫୨୦ ମେଗାୱାଟ ଜଳ ବିଦ୍ୟୁତ ପ୍ରକଳ୍ପ ସହ ତପୋବନ-ବିଷ୍ଣୁଗଡ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଯେଉଁ ପ୍ରକଳ୍ପଗୁଡିକୁ ଏବେ ଲୋକେ ସ୍ଥାନୀୟ ଅଞ୍ଚଳରେ ମାଟି ଧସିବାର କାରଣ ବୋଲି କହୁଛନ୍ତି।

ଉତ୍ତରାଖଣ୍ଡ ନେଇ ସୁଷମା ସ୍ୱରାଜ ଗୃହରେ ଦେଇଥିବା ଭାଷଣକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ତାଙ୍କ ଟ୍ୱିଟରରେ ଅପଲୋଡ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଉତ୍ତରାଖଣ୍ଡ ସହ ଉମା ଭାରତୀଙ୍କ ସମ୍ପର୍କ ସମସ୍ତଙ୍କୁ ଜଣା। ଭାରତୀ ମଧ୍ୟ ଭଗିରଥ ଉପରେ ନିର୍ମାଣାଧୀନ ପ୍ରକଳ୍ପର ବିରୋଧୀ। ଭିଡିଓରେ ସୁଷମା ସ୍ୱରାଜ କହିଥିଲେ ଯେ ଏହା କେବଳ ସଂଯୋଗ ନୁହେଁ ମୁଁ ସଦନକୁ କହିବାକୁ ଚାହୁଁଛି ଯେ୧୬ ଜୁନ ୨୦୧୩ରେ ଧାରୀ ଦେବୀ ମନ୍ଦିର ଜଳମଗ୍ନ ହେବା ସହ ସେହି ଦିନ କେଦାରନାଥରେ ଡଳ ପ୍ରଳୟ ଆସିଥିଲା ଓ ସବୁ ଧ୍ୱଂସ ହୋଇଯାଇଥିଲା।