ମନ୍ତ୍ରୀ ଡେଭଲପର୍ସର ନିର୍ଦ୍ଦେଶକ ସୁଶୀଲ ମନ୍ତ୍ରୀ ଗିରଫ, ମନି ଲଣ୍ଡ୍ରିଂ ମାମଲାରେ କର୍ଣ୍ଣାଟକ CIDର କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ମନ୍ତ୍ରୀ ଡେଭଲପର୍ସର ନିର୍ଦ୍ଦେଶକ ସୁଶୀଲ ମନ୍ତ୍ରୀ ଗିରଫ । କର୍ଣ୍ଣାଟକ ସିଆଇଡି ତାଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ଘର କିଣିଥିବା ଲୋକଙ୍କୁ ଠକିବା ଅଭିଯୋଗରେ ମନ୍ତ୍ରୀଙ୍କୁ ସେପ୍ଟେମ୍ୱର ୧୨ ଯାଏଁ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ଅଗଷ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲାରେ କମ୍ପାନିର ପ୍ରମୋଟର୍ସଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା। ଏଥିରେ ଗ୍ରୁପର ୩୦୦.୪ କୋଟି ଟଙ୍କାର ଅଚଳ ସମ୍ପତ୍ତିକୁ ସିଜ୍ କରାଯାଇଥିଲା।

ଅଭିଯୋଗ ଅନୁସାରେ, ମନ୍ତ୍ରୀ ଡେଭଲପର୍ସ ଫ୍ଲାଟ ପାଇଁ ୯୦ରୁ ୧୦୦ ପ୍ରତିଶତ ଟଙ୍କା ନେବା ପରେ ପ୍ରାୟ ଏକ ଦଶନ୍ଧି ହେବ ଲୋକଙ୍କୁ ସେମାନଙ୍କ ଘର ଦେଉ ନାହିଁ । କିଛି ଘର ମାଲିକଙ୍କୁ ପଞ୍ଜିକରଣ ପରେ ବି ଘରର ଚାବି ଦେଉ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.