ଟିଭି ସାକ୍ଷାତକାର ପରେ ରିୟାଙ୍କୁ ପ୍ରଶ୍ନ କଲେ ସୁଶାନ୍ତଙ୍କ ଭଉଣୀ: ୧୭ ହଜାର ଇଏମଆଇ ପାଇଁ ଚିନ୍ତା କରୁଛ, କିନ୍ତୁ ସବୁଠୁ ଦାମୀ ଓକିଲଙ୍କୁ କେଉଁଠୁ ଆଣି ଫି’ ଦେଉଛ ?
29/08/2020 at 4:31 PM

ମୁମ୍ବାଇ ୨୯।୦୮: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇର ଜୋରଦାର ତଦନ୍ତ ଜାରି ରହିଛି। ଆଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ରିୟାଙ୍କୁ ଦ୍ଵିତୀୟ ଦିନ ଜେରା କରୁଛି। ଅନ୍ୟପଟେ ସକ୍ଷାତକାରରେ ରିୟା ଚକ୍ରବର୍ତ୍ତୀ ଦେଇଥିବା ବୟାନରୁ ପଛକୁ ହଟୁଥିବା ଦେଖିବାକୁ ମିଳିଛି। କାରଣ ସାକ୍ଷାତକାରର ବୟାନ ଏବଂ ସିବିଆଇ ସମ୍ମୁଖରେ ଦେଉଥିବା ବୟାନରେ କୌଣସି ତାଳମେଳ ରହୁନାହିଁ। ରାଜଦୀପ ସରଦେଶାଇଙ୍କ ସହ ସାକ୍ଷାତକାର ବେଳେ ରିୟା ମୁମ୍ବାଇର ପୂର୍ବ ଖାରରେ କିଣା ଯାଇଥିବା ସଂପତ୍ତି ବିଷୟରେ କହିଛନ୍ତି। ରିୟା କହିଛନ୍ତି ସୁଶାନ୍ତଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ ସେ ଏହି ଫ୍ଲାଟ୍ କିଣିଥିଲେ। ଏହି ଫ୍ଲାଟର ମୂଲ୍ୟ ୭୪ ଲକ୍ଷ ଟଙ୍କା। ସେ ଏଚଡିଏଫସି ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ଋଣ ନେଇ ଏହା କିଣିଛନ୍ତି। ଏହା ସମ୍ବନ୍ଧିତ ସମସ୍ତ କାଗଜପତ୍ର ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଦେଇ ସାରିଛନ୍ତି ବୋଲି ରିୟା କହିଛନ୍ତି।
ରିୟା କହିଛନ୍ତି ସେ ପୂର୍ବରୁ ହିଁ ମାସିକ ୧୭ ହଜାର ଟଙ୍କା ଇଏମଆଇ ଭରି ଚାଲିଛନ୍ତି। ଏବେ ତାଙ୍କ କ୍ୟାରିୟର ସୁଶାନ୍ତଙ୍କ ପରିବାର ପାଇଁ ବର୍ବାଦ ହୋଇ ଯାଇଛି। ଭବିଷ୍ୟତରେ ସେ ଏହି କିସ୍ତି କେମିତି ଭରିବେ।
You are worried about how you will be paying 17,000 in EMI, please tell me how are you paying the most expensive lawyer of India you have hired?? #RheaTheLiar pic.twitter.com/ulGTWjnW5I
— shweta singh kirti (@shwetasinghkirt) August 28, 2020
ରିୟା ଚକ୍ରବର୍ତ୍ତୀଙ୍କ ଏହି ବୟାନକୁ ସୁଶାନ୍ତଙ୍କ ଭଉଣୀ ଶ୍ଵେତା ସିଂହ କୀର୍ତ୍ତି କପଟତାପୂର୍ଣ୍ଣ ଦର୍ଶାଇଛନ୍ତି। ଏକ ଭିଡିଓ ସେୟାର କରି ଶ୍ଵେତା ଲେଖିଛନ୍ତି ରିୟା ୧୭ ହଜାର ମାସିକ କିସ୍ତି କେମିତି ଭରିବେ ତାକୁ ନେଇପାଇଁ ଚିନ୍ତିତ। ଦୟାକରି ମୋତେ କୁହ ଆପଣ ଭାରତର ସବୁଠୁ ମହଙ୍ଗା ଓକିଲଙ୍କୁ କେମିତି ନିଜର କାମରେ ରଖିଛନ୍ତି। ଓକିଲଙ୍କୁ କେମିତି ମୋଟା ଅଙ୍କର ଫି ଦେଉଛନ୍ତି।
ରିୟା ଚକ୍ରବର୍ତ୍ତୀ ନିଜ କେସ୍ ଲଢିବା ପାଇଁ ଓକିଲ ସତୀଶ ମାନେସିନ୍ଦେଙ୍କୁ ଦାୟିତ୍ଵ ଦେଇଛନ୍ତି। ସତୀଶ ହେଉଛନ୍ତି ସେହି ଓକିଲ ଯିଏ ପୂର୍ବରୁ ସଲମାନ ଖାନ ଓ ସଞ୍ଜୟ ଦତ୍ତଙ୍କ କେସ୍ ଲଢିଥିଲେ। ଭାରତରେ ସବୁଠୁ ମହଙ୍ଗା ଓକିଲଙ୍କ ମଧ୍ୟରୁ ସେ ଜଣେ। ରିପୋର୍ଟ ଅନୁଯାୟୀ ୫ ବର୍ଷ ପୂର୍ବେ ମାନେସିନ୍ଦେ ପ୍ରତିଟି ଶୁଣାଣି ପାଇଁ ୧୫ ଲକ୍ଷ ଟଙ୍କା ନେଉଥିଲେ।
ଶ୍ଵେତା ଚକ୍ରବର୍ତ୍ତୀ ହ୍ଵାଟ୍ସଆପ୍ ଗ୍ରୁପର ଏକ ଚାଟ୍ ସେୟାର କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସ୍ପଷ୍ଟ ଭାବେ ଡ୍ରଗ୍ସ ସେବନ ବିଷୟରେ କଥା ହେଉଛନ୍ତି। ଚାଟ୍ରୁ ଏହା ମଧ୍ୟ ଜଣା ପଡିଛି ସୁଶାନ୍ତ ନିଜ କୋଠରୀରେ ଶୋଇଥିବା ବେଳେ ରିୟା ଏବଂ ସୁଶାନ୍ତଙ୍କ କର୍ମଚାରୀ ଏହି ବିଷୟରେ ଆଲୋଚନା କରୁଛନ୍ତି।