‘ସୁଶାନ୍ତ ଗଞ୍ଜେଇ ଟାଣୁଥିବାର ଦେଖିଛି’, ତଦନ୍ତକାରୀ ଟିମ୍‌କୁ ରୋଷେୟାଙ୍କ ବିସ୍ଫୋରକ ବୟାନ

Published By : Prameya-News7 Bureau | September 06, 2020 IST

ମୁମ୍ବାଇ, ୦୬।୦୯:   ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ତଦନ୍ତ ଜାରି ରହିଛି । ଏହି ସମୟରେ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ତେବେ ସୁଶାନ୍ତ ସେପ୍ଟେମ୍ବରରେ ଘରେ ଗଞ୍ଜେଇ ଟାଣୁଥିବା କହିଚନ୍ତି ତାଙ୍କ ରୋଷେୟା ଦିପେଶ ସାଓ୍ୱନ୍ତ । ସେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋକୁ ଏନେଇ କହିଛନ୍ତି ।

ଦିପେଶଙ୍କୁ ଶନିବାର ଗିରଫ କରାଯାଇଛି। ଗିରଫ ହେବା ପରେ ସେ କହିଛନ୍ତି ଯେ, ସେ କେବେ ସୁଶାନ୍ତଙ୍କ ପାଇଁ ଗଞ୍ଜେଇ କିଣି ନାହାଁନ୍ତି । କିନ୍ତୁ ଆଉ ଜଣେ କର୍ମଚାରୀ ସୁଶାନ୍ତଙ୍କୁ ଗଞ୍ଜେଇ କିଣି ଦିଅନ୍ତି । ଆବାସ ଖାଲୋଇ ସୁଶାନ୍ତଙ୍କ ପାଇଁ ଚରସ ଆଣି ଦିଅନ୍ତି । ସେ ଯେବେ ସୁଶାନ୍ତଙ୍କ କର୍ମଚାରୀ ଭାବେ କାମ କରୁଥିଲେ ସେହି ସମୟରେ ସୁଶାନ୍ତ ଗଞ୍ଜେଇ ଟାଣୁଥିଲେ । ଏହା ସେପ୍ଟେମ୍ବର ୨୦୧୮ ମସିହାର କଥା ।

wp:html /wp:html

ସେ କାମ କରୁଥିବା ବେଳେ କେବେ ସୁଶାନ୍ତଙ୍କ ପାଇଁ ଗଞ୍ଜେଇ କିଣି ନାହାଁନ୍ତି । ତେବେ ଋଷିକେଶ ପାଓ୍ୱାର ନାମକ ଜଣେ ବ୍ୟକ୍ତି ସୁଶାନ୍ତଙ୍କୁ ଏହା ଯୋଗାଇଥାନ୍ତି ।

ଅନ୍ୟ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଦିପେଶ ସୁଶାନ୍ତଙ୍କ ପାଇଁ ମାର୍ଚ୍ଚରୁ ଜୁନ ୨୦୨୦ ମଧ୍ୟରେ ପ୍ରାୟ ୧୬୫ ଗ୍ରାମର ଗ଼ଞ୍ଜେଇ ଆଣିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.