ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଥିଲା, ପୋଷ୍ଟମର୍ଟମରେ ସାମିଲ୍ ବ୍ୟକ୍ତିଙ୍କ ଚାଞ୍ଚଲ୍ୟକର ବୟାନ

Published By : Prameya-News7 Bureau | December 26, 2022 IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅଢେଇ ବର୍ଷ ପରେ ବି ଏ ପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟି ପାରିନି। ପ୍ରାରମ୍ଭିକ ତଦନ୍ତ ଏବଂ ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ମୁମ୍ବାଇ ପୋଲିସ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା। ତେବେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏବେ ମାମଲାରେ ଆସିଛି ନୂତନ ମୋଡ। ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଦାବି କରି ରୂପକୁମାର ନାମକ ଜଣେ ବ୍ୟକ୍ତି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଅଭିନେତା ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କର ହତ୍ୟା ହୋଇଥିଲା।

ସେ ଏହା ମଧ୍ୟ ଦାବି କରିଛନ୍ତି, ଘଟଣାକୁ ନେଇ ସେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଥିଲେ। ନିୟମ ଅନୁଯାୟୀ, ଶବ ବ୍ୟବଚ୍ଛେଦ ସମୟରେ ରେକର୍ଡ କରିବି ବୋଲି  ଅଧିକାରୀଙ୍କୁ ପଚାରିଥିଲି। ମାତ୍ର ମୋତେ କେବଳ ପୋଷ୍ଟମର୍ଟମର ଫଟୋ ଉଠାଇ ପୋଲିସକୁ ଦେବାକୁ କୁହାଯାଇଥିଲା। ତେବେ ରୂପକୁମାର ଶାହ ଶବ ବ୍ୟବଚ୍ଛେଦ କରିଥିବା ଟିମ୍‌ରେ ସାମିଲ୍ ଥିଲେ କି ନାହିଁ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

wp:embed {"url":"https://youtu.be/vDvrR35szl0","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/vDvrR35szl0
/wp:embed

୨୦୨୦ ଜୁନ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କର ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରୁ ମିଳିଥିଲା। ପ୍ରଥମେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ୍ କରିଥିଲା।  ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏ ପର୍ଯ୍ୟନ୍ତ ମାମଲାର ତଦନ୍ତ ରିପୋର୍ଟ ଆସିନାହିଁ। ଦୁଇ ଦିନେ ପୂର୍ବେ ସୁଶାନ୍ତଙ୍କ ବାପା ଏକ ଟିଭି ଚ୍ୟାନେଲ୍‌ରେ କହିଥିଲେ ଯେ, ମୋ ପୁଅ କେବେ ବି ଆତ୍ମହତ୍ୟା କରିବନି। ସେ ଛୋଟ ଚିନ୍ତାଧାରାର ମଣିଷ ନୁହେଁ, ସାହସୀ ଥିଲା। ଆତ୍ମହତ୍ୟା କରିବା ପରି ତାର ସ୍ଵଭାବ ନଥିଲା। ଆମେ କେମିତି ମାନିନେବୁ ଯେ ସେ ଆତ୍ମହତ୍ୟା କରିଛି ?  ସେ ଆଶା କରିଛନ୍ତି ଯେ, ଏବେ ସୁଶାନ୍ତଙ୍କ ମାମଲାରେ ପ୍ରଗତି ହେବ। ପ୍ରଥମେ ଅନ୍ୟ ସରକାର ଥିଲା ମାତ୍ର ଏବେକାର ସରକାରରେ ତଦନ୍ତରେ ପ୍ରଗତି ହେବ। ଲାଗୁଛି ଏବେ ତଦନ୍ତ ସଠିକ୍ ଦିଗରେ ଯିବ ବୋଲି ଅଭିନେତାଙ୍କ ବାପା କହିଛନ୍ତି।

ମୁମ୍ବାଇର କୁପର ହସ୍ପିଟାଲ୍‌ର ମର୍ଚରୀ ସର୍ଭେଣ୍ଟ ରୂପକୁମାର ଶାହ ଟିଭି୯ ଚ୍ୟାନେଲ୍ ସହ ଆଲୋଚନା ବେଳେ କହିଛନ୍ତି, ଯେତବେଳେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟିଲା, ସେତେବେଳେ ତାଙ୍କ ମୃତଦେହର ପୋଷ୍ଟମର୍ଟମ ପାଇଁ କୁପର ହସ୍ପିଟାଲ୍ ଅଣାଯାଇଥିଲା। ସେହି ସମୟରେ ପାଞ୍ଚ ମୃତଦେହ ମଧ୍ୟରୁ ଗୋଟିଏ ଭିଆଇପି ଶବ ଥିଲା। ଯେବେ ଆମେ ପୋଷ୍ଟମର୍ଟମ କରିବାକୁ ଗଲୁ ସେତେବେଳେ ଜାଣିବାକୁ ପାଇଲୁ ଯେ, ମୃତଦେହଟି ସୁଶାନ୍ତ ସିଂ ରାଜପୁତଙ୍କ। ତାଙ୍କ ଶରୀରରେ ଅନେକ ଦାଗ ଥିଲା। ତାଙ୍କ ବେକରେ ଦୁଇ ତିନି ଚିହ୍ନ ଦେଖିବାକୁ ଥିଲା। ପୋଷ୍ଟମର୍ଟମ ରେକର୍ଡ କରାଯିବାର ଆବଶ୍ୟକତା ଥିଲା, ମାତ୍ର ଉଚ୍ଚସ୍ତରୀୟ ଅଧିକାରୀ କେବଳ ଶରୀରର ଫଟୋ ନେବାକୁ କହିଥିଲେ। ଆଉ ଆଦେଶ ଅନୁସାରେ ଆମକୁ ତାହା ହିଁ କରିବାକୁ ପଡିଲା।

ଯେବେ ମୁଁ ସୁଶାନ୍ତ ସିଂଙ୍କ ମୃତଦେହ ଦେଖିଲି ତୁରନ୍ତ ସିନିୟରଙ୍କୁ ଏହା ଆତ୍ମହତ୍ୟା ନୁହେଁ ବୋଲି କହିଥିଲି। ଏପରିକି ମୁଁ ସେହି ସମୟରେ ସହକର୍ମୀଙ୍କୁ  କହିଥିଲି ଯେ, ଆମକୁ ନିୟମ ଅନୁସାରେ କାମ କରିବା ଉଚିତ୍। କିନ୍ତୁ ମୋର ସିନିୟର ଯେତେ ଶୀଘ୍ର ହେବ ଫଟୋ ନିଅ ଏବଂ ଶବ ପୋଲିସକୁ ଦେଇ ଦିଅ ବୋଲି କହିଥିଲେ। ଏହି କାରଣରୁ ରାତିରେ ହିଁ ପୋଷ୍ଟମର୍ଟମ କରାଗଲା। ଅନ୍ୟପଟେ ସୁଶାନ୍ତଙ୍କ ଶବବ୍ୟବଚ୍ଛେଦ କରିଥିବା ଡାକ୍ତର ସଚିନ ସୋନାଓ୍ଵାନେ କହିଛନ୍ତି, ରୂପକୁମାର ଶାହ ତାଙ୍କ ଦଳର ଅଂଶ ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.