ସୁଶାନ୍ତ ସିଂହ ପୂର୍ବତନ ପ୍ରେମିକା ଅଙ୍କିତାଙ୍କ ପାଇଁ କିଣିଥିଲେ ୪.୫ କୋଟି ଟଙ୍କାର ଫ୍ଲାଟ୍, ନିଜେ ଭରୁଥିଲେ EMI

Published By : Prameya-News7 Bureau | August 14, 2020 IST

ମୁମ୍ବାଇ  ୧୪।୦୮: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ଆହୁରି ରହସ୍ୟମୟ ହେବାରେ ଲାଗିଛି। ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛି ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତରୁ ଜଣା ପଡିଛି ଯେ ସୁଶାନ୍ତ ମଲାଡରେ ସ୍ଥିତ ୪.୫ କୋଟି ଟଙ୍କାର ଫ୍ଲାଟ୍  ପାଇଁ କିସ୍ତି ଭରୁଥିଲେ। ଇଡିର ସୂତ୍ର ଅନୁଯାୟୀ ବୋଧହୁଏ ଏହି ଫ୍ଲାଟରେ ଅଙ୍କିତା ଲୋଖଣ୍ଡେ ରହୁଛନ୍ତି। ଅଙ୍କିତା ହେଉଛନ୍ତି ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା। ଅଙ୍କିତାଙ୍କ ପାଖକୁ ଇଣ୍ଡିଆ ଟୁଡେ ପ୍ରଶ୍ନର ଏକ ଲିଷ୍ଟ ପଠାଇଛି, ଯାହା ଉପରେ ଅଙ୍କିତା କୌଣସି ଉତ୍ତର ଦେଇ ନାହାନ୍ତି।

ସୂତ୍ର ମୁତାବକ ରିୟା ଚକ୍ରବର୍ତ୍ତୀ ମଧ୍ୟ ଜେରା ସମୟରେ ଏହି ଫ୍ଲାଟ  ବିଷୟରେ ଉଲ୍ଲେଖ କରି କହିଥିଲେ ସୁଶାନ୍ତ ଚାହିଁ କି ବି ଅଙ୍କିତାଙ୍କଠୁ ଏହି ଫ୍ଲାଟ ଖାଲି କରାଇ ପାରୁନଥିଲେ। ଏପରିକି ସେ ଏହି ଫ୍ଲାଟର କିସ୍ତି ମଧ୍ୟ ଭରୁଥିଲେ। ମାତ୍ର ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ ସୁଶାନ୍ତ ଏହି ଫ୍ଲାଟ ପାଇଁ ମାସିକ କେତେ କିସ୍ତି ଭରୁଥିଲେ। କିନ୍ତୁ ଏତିକି ଜଣା ପଡିଛି ଯେ ଫ୍ଲାଟର ଅଳ୍ପ କିଛି କିସ୍ତି ବାକି ରହିଥିଲା।

ଏହା ମଧ୍ୟ ତଦନ୍ତରୁ ଜଣା ପଡିଛି ସୁଶାନ୍ତଙ୍କ ଖାତାରୁ ପ୍ରତି ମାସରେ ଫ୍ଲାଟର ଇଏମଆଇ ପଇସା କଟୁଥିଲା। ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ମାମଲାର ତଦନ୍ତ ପାଇଁ ଅଙ୍କିତା ବହୁତ ନିର୍ଭୟର ସହିତ ନିଜର ମନ୍ତବ୍ୟ ରଖୁଛନ୍ତି ଏବଂ ସେ ଅନେକ ଥର ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଇଡି ଏ ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତରେ ଜୁଟିଥିଲା ଯେ, କଣ ସୁଶାନ୍ତଙ୍କ ଖାତାରୁ ରିୟା ଚକ୍ରବର୍ତ୍ତୀ କୌଣସି ପ୍ରକାରର  ହେରଫେର କରିଛନ୍ତି କି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.