ରିଆ ଚକ୍ରବର୍ତ୍ତୀଙ୍କ କମବ୍ୟାକ୍ ନେଇ ରାଗିଗଲେ ସୁଶାନ୍ତଙ୍କ ଭଉଣୀ, କହିଲେ ‘ତୁମେ କାହିଁକି ଡରିବ…’

Published By : Prameya-News7 Bureau | April 11, 2023 IST

ମୁମ୍ବାଇ ୧୧।୦୪: ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରିରୁ ପୁରା ଗାଏବ୍ ହୋଇଯାଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ  । ସେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।  ପ୍ରାୟ ୩ ବର୍ଷ ପରେ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି ରିୟା  । ଖୁବଶୀଘ୍ର MTVର ପ୍ରସିଦ୍ଧ ସୋ MTV Roadies 19ରେ ଜଜ୍ ଭାବେ ନଜର ଆସିବେ ।  ଏହି ଖବର ସାମ୍ନାକୁ ଆସିବା ପରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଖୁସି ଥିବା ବେଳେ ଅନେକ ତାଙ୍କୁ ଟାର୍ଗେଟ କରିଛନ୍ତି ।

{"id":771096,"width":846,"height":635,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରିୟା ଚକ୍ରବର୍ତ୍ତୀ ରୋଡିଜ୍ ର ପାର୍ଟ ହେବା ନେଇ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି  । ଏହି ଭିଡିଓରେ ଅଭିନେତ୍ରୀ କହୁଛନ୍ତି କି , 'ତୁମେ କ'ଣ ଭାବୁଛ, ମୁଁ ଫେରିବିନି, ଡରିଯିବି .... ଡରିବାର ପାଳି ଏବେ ଅନ୍ୟ କାହାର । ଅଡିସନ୍ ରେ ଦେଖା ହେବା' ।

wp:html
/wp:html

ଏବେ ରିୟାଙ୍କ ଭିଡିଓକୁ ଦେଖି ରାଗିଯାଇଛନ୍ତି  ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ  । ଏନେଇ ପ୍ରିୟଙ୍କା ସିଂ ଟୁଇଟ୍ କରି ଲେଖିଛନ୍ତି, 'ତୁମେ କାହିଁକି ଭୟ କରିବ?' ପ୍ରଶ୍ନ ହେଉଛି, ଆପଣଙ୍କର ଗ୍ରାହକ କିଏ? କେବଳ ଜଣେ ଶାସକ ହିଁ ଏହି ସାହସ ଦେଖାଇପାରିବ  । ତେବେ ଏହା ପ୍ରଥମ ଘଟଣା ନୁହେଁ  ।  ଏହାପୂର୍ବରୁ ପ୍ରିୟଙ୍କା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅନେକ ଥର ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

{"id":771100,"width":838,"height":629,"sizeSlug":"full","linkDestination":"none"}

୧୪ ଜୁନ୍ ୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବାସଭବନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଭଉଣୀ ପ୍ରିୟଙ୍କାଙ୍କ ସହ ତାଙ୍କ ପୁରା ପରିବାର ରିଆଙ୍କୁ ଦାୟୀ କରିଥିଲେ । କିନ୍ତୁ ସତ୍ୟତା ଆଜିଯାଏଁ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.