ଭାଇରାଲ୍ ହେଉଛି ଭାଣିଜୀ ସହ ସୁଶାନ୍ତ ସିଂହ ରାଜପୁତଙ୍କ ସୁନ୍ଦର ଫଟୋ, ଦେଖି ଆପଣ ମଧ୍ୟ ହୋଇଯିବେ ଇମୋସନାଲ୍

Published By : Prameya-News7 Bureau | July 03, 2020 IST

ମୁମ୍ବାଇ ୦୩/୦୭ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ସୋସିଆଲ ମିଡ଼ିଆରେ ପ୍ରଶଂସକ ଓ ତାଙ୍କ ବନ୍ଧୁ ତାଙ୍କର ପୁରୁଣା ଫଟୋ ଓ ଭିଡିଓ ସେୟାର କରୁଛନ୍ତି | ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ଵେତା ସିଂହ କୀର୍ତ୍ତି ନିଜ ଝିଅ ଓ ଭାଇଙ୍କ ଏକ ସୁନ୍ଦର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | ମାମୁଁ ଭାଣିଜୀଙ୍କ ଏହି ସୁନ୍ଦର ଫଟୋ ଦେଖି ଆପଣଙ୍କ ଓଠରେ ମଧ୍ୟ ଏକ ସୁନ୍ଦର ହସ ଫୁଟି ଆସିବ |

{"id":295330,"sizeSlug":"large"}

ଫଟୋ ସେୟାର କରି ଶ୍ଵେତା ସିଂହ ଲେଖିଛନ୍ତି, 'ଇଏ ହେଉଛି ଫ୍ରେଜୁ ନିଜ ମାମୁଁ ସାଙ୍ଗେ, ଉଭୟ ସ୍ୱିଟ୍‌ହାର୍ଟ |' ପୂର୍ବରୁ ସୁଶାନ୍ତ ସିଂହଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଥିଲା | ଏଥିରେ ସେ ନିଜ ସମ୍ପର୍କୀୟ ଭଉଣୀଙ୍କ ସହିତ ନଜର ଆସିଥିଲେ | ଫଟୋରେ ସମସ୍ତେ ହସୁଥିବାର ଖୁସିଥିବାର ଦେଖାଯାଉଛି |

{"id":295334,"sizeSlug":"large"}

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକ ତାଙ୍କୁ ବହୁତ ମନେପକାଉଛନ୍ତି | ପ୍ରଶଂସକ ଲଗାତାର ତାଙ୍କ ଫଟୋ ଓ ଭିଡିଓ ସେୟାର କରୁଛନ୍ତି | ସୁଶାନ୍ତ ସିଂହ ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ | ପୋଲିସ ମାମଲାର ତଦନ୍ତ ଜାରି ରଖିଛି | ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଏବେ ସୁଦ୍ଧା ୨୭ ଜଣଙ୍କୁ ପଚରାଉଚୁରା କରିସାରିଛି |

{"id":295329,"sizeSlug":"large"}

ପୋଲିସ କମିଶନର ଅଭିଷେକ ତ୍ରିମୂଖେ ବୟାନ ଜାରି କହିଛନ୍ତି ଯେ ବାନ୍ଦ୍ରା ପୋଲିସ ଏବେ ସୁଦ୍ଧା ୨୭ ଜଣଙ୍କୁ ପଚରାଉଚୁରା କରି ତାଙ୍କ ବୟାନ ରେକର୍ଡ କରିଛି | ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଶ୍ବାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଛି | ସେହି ଏଙ୍ଗଲରୁ ମାମଲାର ତଦନ୍ତ ଜାରି ରହିଛି ଏବଂ ସୁଶାନ୍ତଙ୍କ ସହିତ ଜଡିତ ଲୋକଙ୍କୁ ଲଗାତାର ପଚରାଉଚୁରା କରାଯାଉଛି ବୋଲି ପୋଲିସ କମିଶନର କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.