ସୁଶାନ୍ତଙ୍କ ମୃତ୍ୟୁ ପରେ ବି ଖାଲି ପଡିଛି ତାଙ୍କ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ, ଜାଣନ୍ତୁ କାହିଁକି…
11/12/2022 at 1:45 PM

ମୁମ୍ଵାଇ ୧୧।୧୨: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେବଳ ତାଙ୍କ ପ୍ରଶଂସକଙ୍କୁ ନୁହେଁ ବଲିଉଡର ଅନେକ ଷ୍ଟାରକୁ ଶକ୍ତ ଝଟକା ଲାଗିଥିଲା। ଧୀରେ ଧୀରେ ଅଭିନେତାଙ୍କ ଆତ୍ମହତ୍ୟା ଖବର ପ୍ରତ୍ୟେକ ଘରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ସୁଶାନ୍ତଙ୍କ ମୃତ୍ୟୁ ୨ ବର୍ଷ ବିତିଗଲାଣି କିନ୍ତୁ ତାଙ୍କ ଘର ସହ ଜଡିତ ଏକ ଖବର ଅନେକ ଆଲୋଚନାର ସୃଷ୍ଟି କରିଛି।
Sea Facing Duplex 4BHK with a Terrace Mont Blanc
— Rafique Merchant (@RafiqueMerchant) December 9, 2022
5 lakhs Rent
Carter Road, Bandra West. RAFIQUE MERCHANT 9892232060, 8928364794 pic.twitter.com/YTcjIRiSrw
୧୪ ଜୁନ୍ ୨୦୨୦ରେ ସୁଶାନ୍ତ ଏହି ଦୁନିଆକୁ ବିଦାୟ ଦେଇଥିଲେ। ତାଙ୍କର ମୃତ୍ୟୁକୁ ପ୍ରାୟ ଅଢେଇ ବର୍ଷ ହେଲାଣି । ହେଲେ ମୁମ୍ଵାଇରେ ଥିଲା ତାଙ୍କର ଏକ ବିଳାସପୂର୍ଣ୍ଣ ଘର । ଯେଉଁ ଘରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଯାହା ଆପାର୍ଟମେଣ୍ଟ ଆଜି ପର୍ଯ୍ୟନ୍ତ ଖାଲି ପଡିଛି।
ବାସ୍ତବରେ କହିବାକୁ ଗଲେ ସେହି ଘରକୁ କେହି ନେଉ ନାହାନ୍ତି। ଲୋକମାନେ ଏହାକୁ ଭଡାରେ ବି ନେବାକୁ ଭୟ କରୁଛନ୍ତି। ନିକଟରେ ଜଣେ ଦଲାଲ ସୁଶାନ୍ତଙ୍କ ଏହି ବିଳାସପୂର୍ଣ୍ଣ ଫ୍ଲାଟର ଫଟୋ ସେୟାର କରି କହିଥିଲେ ଯେ ଏହି ଫ୍ଲାଟଟି ୫ ଲକ୍ଷ ଟଙ୍କା ଭଡାରେ ଉପଲବ୍ଧ। ଦଲାଲଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁର ଏତେ ଦିନ ପରେ ମଧ୍ୟ ଭଡା ଚୁକ୍ତି ଚୂଡାନ୍ତ ହୋଇନାହିଁ।