ସୁଶାନ୍ତ ସିଂହ ରାଜପୁତଙ୍କ ପିତା ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | December 20, 2020 IST

ପାଟଣା ୨୦/୧୨ : ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେକେ ସିଂହ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ହୃଦଘାତ ଯୋଗୁଁ ତାଙ୍କୁ ହରିୟାଣା ଫରିଦାବାଦ ଏସିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି। ହସ୍ପିଟାଲରେ ସୁଶାନ୍ତ ସିଂହଙ୍କ ଭଉଣୀ ପ୍ରିୟଙ୍କା ଓ ମିତୁ ମଧ୍ୟ ଅଛନ୍ତି ଏବଂ ପିତାଙ୍କ ଦେଖାଶୁଣା କରୁଛନ୍ତି।

କେକେ ସିଂହଙ୍କ ହସ୍ପିଟାଲରେ ଭର୍ତ୍ତି ଥିବା ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସେଲିବ୍ରିଟି ଫଟୋଗ୍ରାଫର ଭିରଲ ଭୟାନି ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି।

ଫଟୋ ସେୟାର କରି ସେ ଲେଖିଛନ୍ତି, ସୁଶାନ୍ତ ସିଂହ ରାଜପୁତଙ୍କ ପିତା ହୃଦଘାତ ଯୋଗୁଁ ଫରିଦାବାଦ ଏସିଆନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ତାଙ୍କର ସୁସ୍ଥ କାମନା କରି କରିଛନ୍ତି। ପୁଅ ସୁଶାନ୍ତଙ୍କ ମୃତ୍ୟୁ ପରେ ଝିଅମାନେ ପ୍ରିୟଙ୍କା, ମିତୁ, ନିତୁ ଓ ଶ୍ଵେତା ପିତାଙ୍କ ଦେଖାଶୁଣା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.