ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଅଫିସ୍ ପହଞ୍ଚିଲା ବିହାର ପୋଲିସ୍ ଟିମ୍ : ତଦନ୍ତ ଆରମ୍ଭ

Published By : Prameya-News7 Bureau | July 29, 2020 IST

ମୁମ୍ବାଇ ୨୯/୭: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ,ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ଟଙ୍କା ହଡ଼ପ କରିବା ଭଳି ଗୁରୁତର ଅଭିଯୋଗ ଲାଗିଛି। ଏଫଆଇଆର ପାଟନାରେ ରୁଜୁ କରାଯାଇଛି। ଏବେ ଏହି ମାମଲାରେ ତଦନ୍ତ ପାଇଁ ବିହାର ପୋଲିସର ଟିମ୍ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଅଫିସ୍ ପହଞ୍ଚି ଯାଇଛି।

ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍ ସହ ବିହାର ପୋଲିସ୍ ମଧ୍ୟ ସକ୍ରିୟ ନଜର ଆସିଛି। ରିୟାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଏହି ଘଟଣାର ସମୀକରଣ ବଦଳି ଯାଇଛି। କିନ୍ତୁ ବିହାର ପୋଲିସ୍ ଏବେ ଯାଏଁ ଏହି ମାମଲାର ଅଧିକ ସୂଚନା ଦେଇନାହିଁ। ମୁମ୍ବାଇ ପହଞ୍ଚିଥିବା ବିହାର ପୋଲିସର ଟିମ୍ ଏବେ କୌଣସି ଧରଣର ସୂଚନା ଦେବାକୁ ମନା କରି ଦେଇଛି।

ଏବେ ଗୋଟିଏ ପଟେ ବିହାରର ଏକ ଟିମ୍ ମୁମ୍ବାଇ ପୋଲିସ୍ ସହ କାମ କରିବାକୁ ଯାଉଛି। ସେପଟେ ବିହାରରେ ମଧ୍ୟ ପୋଲିସ୍ ଏହି ମାମଲାରେ ପଚରାଉଚୁରା ଆରମ୍ଭ କରି ଦେଇଛି। ସୁଶାନ୍ତଙ୍କ ଭଉଣୀ ମିତୁ ସିଂହଙ୍କ ଷ୍ଟେଟମେଣ୍ଟ ମଧ୍ୟ ରେକର୍ଡ଼ କରାଯିବ। ରିୟାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ମିତୁଙ୍କ ଏହା ପ୍ରଥମ ଷ୍ଟେଟମେଣ୍ଟ ହେବ ଏଥିପାଇଁ ଏହାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.