ନେପୋଟିଜମ୍ ଯୋଗୁଁ ଫିଲ୍ମ ‘ହାଫ୍ ଗର୍ଲଫ୍ରେଣ୍ଡ’ରୁ ଆଉଟ୍ ହୋଇଥିଲେ ସୁଶାନ୍ତ ସିଂହ ରାଜପୁତ!

Published By : Prameya-News7 Bureau | June 26, 2020 IST

ମୁମ୍ବାଇ ୨୬/୬: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରେ ନେପୋଟିଜମକୁ ନେଇ ଜୋରସୋରରେ ବିବାଦ ଧରିଛି। ସୁଶାନ୍ତ ଚାଲିଯିବା ପରେ କେତେକ ଷ୍ଟାରକିଡସ୍ ଟାର୍ଗେଟରେ ଆସିଛନ୍ତି। ଏପରି କୁହାଯାଇଥିଲା ଯେ ସୁଶାନ୍ତଙ୍କୁ ସମାନ ଅବସର ନ ମିଳିଥିବାରୁ ସେ ମାନସିକ ଅବସାଦରେ ଥିଲେ। ଏବେ ଲେଖକ ଚେତନ ଭଗତଙ୍କ ଏକ ପୁରୁଣା ଟ୍ବିଟ୍ ଜୋରସୋର​ରେ ଭାଇରାଲ୍ ହେଉଛି। ଏହି ଟ୍ବିଟ୍ ଯୋଗୁଁ ନେପୋଟିଜମକୁ ନେଇ ବିବାଦ ଜୋର ଧରିଛି।

{"id":291690,"width":591,"height":368,"sizeSlug":"large"}

ସୋସିଆଲ୍ ମିଡିଆରେ ଚେତନ ଭଗତଙ୍କ ଯେଉଁ ପୁରୁଣା ଟ୍ବିଟ୍ ଭାଇରାଲ୍ ହେଉଛି ତାହା ହେଉଛି ଫିଲ୍ମ ହାଫ ଗର୍ଲଫ୍ରେଣ୍ଡରେ ଅର୍ଜୁନ କପୁର ନାୟକ ହେବାର ନଥିଲା। ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତଙ୍କୁ ମୁଖ୍ୟ ଅଭିନେତା ଭାବେ ନିଆ ଯାଇଥିଲା। ଏହି ଟ୍ବିଟରେ ଚେତନ କହିଛନ୍ତି ଯେ,‘ତାଙ୍କୁ ଏହା ଜଣାଇବାକୁ ଖୁସି ଲାଗୁଛି ଯେ ସୁଶାନ୍ତ ସିଂହ ରାଜପୁତ,ମୋହିତ ସୁରୀଙ୍କ ଫିଲ୍ମ ହାଫ ଗର୍ଲଫ୍ରେଣ୍ଡରେ ନଜର ଆସିବେ।

ଏହି ସମୟରେ ସୋସିଆଲ୍ ମିଡିଆରେ ଏହି ଟ୍ବିଟ୍ ଯୋଗୁଁ ହଇଚଇ ସୃଷ୍ଟି ହୋଇଛି। ଲୋକେ ପୁଣି ଥରେ ଷ୍ଟାରକିଡସଙ୍କ ଉପରେ ରାଗିଛନ୍ତି ଏବଂ ନେପୋଟିଜମକୁ ନେଇ ଅଭିଯୋଗର ଖେଳ ଆରମ୍ଭ ହୋଇଯାଇଛି।

୨୦୧୭ମସିହାରେ ହାଫ୍ ଗର୍ଲଫ୍ରେଣ୍ଡ ରିଲିଜ ହୋଇଥିଲା। ଏହି ଫିଲ୍ମର ନିର୍ଦେଶନା ମୋହିତ ସୁରୀ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଫିଲ୍ମରେ ଅର୍ଜୁନଙ୍କ ଅଭିନୟକୁ ମଧ୍ୟ ଅଧିକ ପସନ୍ଦ କରାଯାଇନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.