Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୁବନେଶ୍ୱର ସୁଶାନ୍ତ ନାୟକ ହତ୍ୟା ଘଟଣା, ଦାରିଙ୍ଗିବାଡିରୁ ତିନି ଅଭିଯୁକ୍ତ ଗିରଫ

8/06/2023 at 11:07 AM

ଭୁବନେଶ୍ୱର ୦୮।୦୬ : କ୍ୟାପିଟାଲ ଥାନା ଜିଇଡି ବସ୍ତି ସୁଶାନ୍ତ ନାୟକ ହତ୍ୟା ଘଟଣା । ହତ୍ୟାକାଣ୍ଡରେ ସଂପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଦାରିଙ୍ଗିବାଡିରୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ ।

ଖବର ଅନୁଯାୟୀ, ୨୦୨୩ ମସିହା ଜୁନ୍‌ ୧ରେ କ୍ୟାପିଟାଲ ଥାନା ଜିଇଡି ବସ୍ତିରେ ହତ୍ୟାକାଣ୍ଡ ଘଟିଥିଲା । ବସ୍ତିରେ ସୁଶାନ୍ତ ନାୟକଙ୍କୁ  ହତ୍ୟା କରିଥିଲେ ଦୁର୍ବୃତ୍ତ । ହତ୍ୟା ପରଠୁ ସମସ୍ତ ଅଭିଯୁକ୍ତ ଫେରାର ଥିଲେ । କିନ୍ତୁ କିଛି ପୂର୍ବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର କୋର୍ଟରେ ଆତ୍ମସମର୍ପଣ କରିଥିଲେ । ବାକି ତିନି ଅଭିଯୁକ୍ତ ଫେରାର ଥିଲେ । ଆଉ ଏବେ ସେହି ତିନି ଜଣ ଅଭିଯୁକ୍ତଙ୍କୁ ଦାରିଙ୍ଗିବାଡିରୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଳତାଡ କରୁଛି କ୍ୟାପିଟାଲ ଥାନା ପୋଲିସ । ହତ୍ୟାକାଣ୍ଡ ଘଟଣାରେ ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି କମିଶନରେଟ୍‌ ପୋଲିସ ।

You Can Read :

   Related Posts