ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌; ଏଣ୍ଡୋସ୍କୋପିକ୍‌ ସର୍ଜରିରେ ବାଳକ ନାକରୁ ବାହାରିଲା ବଡ଼ ଟ୍ୟୁମର୍‌

Published By : Prameya-News7 Bureau | December 24, 2022 IST

ଭୁବନେଶ୍ୱର ୨୪/୧୨: ଆୟୁସଙ୍କର (୮) ହେଲା ସଫଳ ଅସ୍ତ୍ରୋପଚାର। ତାଙ୍କ ନାକ ବାଟେ ଏକ ଟେନିସ୍‌ ବଲ୍‌ ଆକାରର ଟ୍ୟୁମରକୁ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରିବାରେ ସଫଳ ହୋଇଛନ୍ତି ଶଲ୍ୟଚିକିତ୍ସା ଟିମ୍। ଏପରି ବିରଳ ଅସ୍ତ୍ରୋପଚାର ଭୁବନେଶ୍ୱରରେ ଥିବା ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ ଡାକ୍ତରଖାନାରେ କରାଯାଇଛି। ଗତ ୬ ମାସ ହେଲା ଆୟୁସଙ୍କର ନାକରେ ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା। ସେ ପାଟିରେ ନିଶ୍ୱାସ ପ୍ରଶ୍ୱାସ ନେଉଥିଲେ। ତାଙ୍କ ନାକରୁ ଅଳ୍ପ ଅଳ୍ପ ରକ୍ତ ମଧ୍ୟ ବାହାରିବା ସହ ମୁଣ୍ଡ ମଧ୍ୟ ବିନ୍ଧୁଥିଲା। ଏଭଳି ସମସ୍ୟା ନେଇ ଯାଜପୁରର ଆୟୁସ କୁମାର ସାହୁ ସମ୍‌ ଅଲ୍ଟିମେଟ୍‌ ଡାକ୍ତରଖାନାକୁ ଆସିଥିଲେ।   

ସମ୍‌ ଅଲ୍ଟିମେଟ୍‌ ଡାକ୍ତରଖାନାର କର୍ଣ୍ଣ-ନାସା-ଗଳା ଏବଂ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ବରିଷ୍ଠ ପରାମର୍ଶଦାତା ଡାକ୍ତର ରାଧାମାଧବ ସାହୁ ବାଳକର ଚିକିତ୍ସା ଆରମ୍ଭ କରିଥିଲେ। ପରେ ଆୟୁସଙ୍କର ବିଭିନ୍ନ ରେଡିଓଲୋଜି ସମ୍ପର୍କିତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ବାଳକଟିର ମସ୍ତିଷ୍କରୁ ନାକ ପର୍ଯ୍ୟନ୍ତ ଏକ ୮ ସେମିର କୋଷିକା ଉତ୍ପନ୍ନ ହୋଇଥିବା ଜଣାପଡ଼ିଥିଲା। ଏହାକୁ ଡାକ୍ତରୀ ଭାଷାରେ ମେନିନ୍‌ଗୋଏନ୍‌ସିଫାଲୋସିଲ୍ ବୋଲି କୁହାଯାଇଥାଏ। ବାଳକର ମୁହଁକୁ କଟା ନ ଯାଇ ଏଣ୍ଡୋସ୍କୋପିକ୍ ପଦ୍ଧତିରେ କୋଷିକାଟିକୁ ବାହାର କରାଯାଇଥିଲା। ଏହି କ୍ଷେତ୍ରରେ ଖପୁରୀରୁ ନାକ ପର୍ଯ୍ୟନ୍ତ ଏହି କୋଷିକାଟି ଲମ୍ବି ଥାଏ ଓ ନାକ ଏବଂ ପାଟିର ଦ୍ୱାରକୁ ଅନେକ କ୍ଷେତ୍ରରେ ବନ୍ଦ କରି ରଖିଥାଏ। ଏହି କାରଣରୁ ବାଳକର ବିଭିନ୍ନ ସମସ୍ୟା ଦେଖାଦେଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ଡାକ୍ତର ସାହୁଙ୍କ ସହିତ ତାଙ୍କ ଟିମ୍ ଯିଏକି ଏହି ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ଖପୁରୀରେ ଉପୁଜିଥିବା ତୃଟିକୁ ସୁଧାରିଥିଲେ। ସେହି ଟିମ୍‌ରେ ବରିଷ୍ଠ ଆନେସଥେସିଷ୍ଟ ଡାକ୍ତର ରଞ୍ଜିତ ପତି ଓ କର୍ଣ୍ଣ-ନାସା-ଗଳା ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ପୁଜା ଲାଖୋଟିଆ ସାମିଲ୍‌ ଥିଲେ। ଅସ୍ତ୍ରୋପଚାର ପରେ ବାଳକର ଯେଭଳି ମେନିନ୍‌ଜାଇଟିସ୍ ସମସ୍ୟା ନହୁଏ ସେଥିପାଇଁ ଶିଶୁରୋଗ ବିଭାଗର ମୁଖ୍ୟ ତଥା ବରିଷ୍ଠ ପରାମର୍ଶଦାତା ଡାକ୍ତର ପ୍ରଦୀପ କୁମାର ଦେ ଓ ତାଙ୍କ ଟିମ୍‌ଙ୍କ ତତ୍ୱାବଧାନରେ ଆଇସିୟୁରେ ଚିକିତ୍ସା କରାଯାଇଥିଲା।ଅସ୍ତ୍ରୋପଚାର ହେବାର ୧ ମାସ ପରେ ଆୟୁସ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ତା’ର କୌଣସି ସମସ୍ୟା ନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି। ଏଣ୍ଡୋସ୍କୋପିକ୍ ସ୍କଲବେସ୍ ଅସ୍ତ୍ରୋପଚାର ହେଉଛି ଏକ ଉନ୍ନତ ଅସ୍ତ୍ରୋପଚାର ପ୍ରକ୍ରିୟା ଏବଂ ଭାରତର ମାତ୍ର ହାତଗଣତି ସ୍ୱାସ୍ଥ୍ୟ ଅନୁଷ୍ଠାନ ମଧ୍ୟରୁ ସମ୍‌ ଅଲ୍ଟିମେଟ୍‌ କର୍ଣ୍ଣ-ନାସା-ଗଳା ଏବଂ ସ୍କଲବେସ୍ ସର୍ଜରୀ ବିଭାଗ ହେଉଛି ଅନ୍ୟତମ। ଏଠାରେ ଏହି ପ୍ରକ୍ରିୟାରେ ସର୍ଜରୀ ହୋଇଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.