suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ରାଜସ୍ଥାନରେ ରେଳ ଦୁର୍ଘଟଣା; ଧାରଣା ତଳକୁ ଖସିଲା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୧୧ ବଗି, ୩ ଆହତ

2/01/2023 at 8:20 AM

ଜୟପୁର: ରାଜସ୍ଥାନରେ ଟ୍ରେନ୍ ଦୁର୍ଘଟଣା । ଧାରଣାରୁ ତଳକୁ ଖସିଲା ୧୧ ବଗି । ରେଳ ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଟ୍ରେନରେ ପ୍ରାୟ ୧୫୦ରୁ ଅଧିକ ସ୍କାଉଟ୍ ଓ ଗାଇଡ୍ ର ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ ।

ଉତ୍ତର ପଶ୍ଚିମ ରେଳବାଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାନ୍ଦ୍ରା ଟର୍ମିନସ-ଯୋଧପୁର ସୂର୍ଯ୍ୟନଗରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ରବିବାର ରାତି ପ୍ରାୟ ୩.୨୭ ମିନିଟରେ ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦାର ସେକ୍ସନ ମଧ୍ୟରେ ରେଳ ଦୁର୍ଘଟଣା ହୋଇଛି । ଏଥିରେ ଟ୍ରେନର ୧୧ଟି ସ୍ଲିପର କ୍ଲାସ୍ ବଗି ରେଳଧାରଣା ତଳକୁ ଖସିଯାଇଛି । ଏଥିରେ ୩ଜଣ ଗମ୍ଭୀର ଭାବେ ଆହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଉତ୍ତର-ପଶ୍ଚିମ ରେଳ ବିଭାଗର ଅଧିକାରୀ ମାନେ ପହଞ୍ଚି ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବାକୁ ବ୍ୟବସ୍ଥା କରିଛନ୍ତି । ସେହିପରି ହେଲ୍‌ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ୧୩୮ ଓ ୧୦୭୨ ନମ୍ବରରେ କଲ୍ କରି ଯାତ୍ରୀ ମାନଙ୍କ ସହିତ ସମ୍ପର୍କ କରିପାରିବେ ବୋଲି କୁହାଯାଇଛି । ଟ୍ରେନ୍ ଦୁର୍ଘଟଣା ପରେ ଏହି ଲାଇନର ୧୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଉଛି ।    

   Related Posts