Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଶେଷ ୧୯ ବଲ୍‌ରେ ୬୧ ରନ, କିଓ୍ଵି ବୋଲରଙ୍କୁ ନିର୍ଧୁମ ପ୍ରହାର କଲେ ସୂର୍ଯ୍ୟକୁମାର ଯାଦବ, ଟି-୨୦ରେ ଦ୍ଵିତୀୟ ଶତକ

20/11/2022 at 4:45 PM

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ରନ ବର୍ଷା ଜାରି ରହିଛି। ଚତ୍ମକାର ଫର୍ମରେ ଥିବା ସୂର୍ଯ୍ୟଙ୍କ ବ୍ୟାଟ୍‌ରୁ ଆଉ ଏକ ଅଦ୍ଭୁତ ଇନିଂସ ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଅନ୍ତର୍ଜାତୀୟ ଟି-୨୦ରେ ଦ୍ଵିତୀୟ ଶତକ ଅର୍ଜନ କରିଛନ୍ତି। ତାଙ୍କର ଦମଦାର ଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୧ ରନର ବିଶାଳ ସ୍କୋର କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୨୬ ରନରେ ଅଲଆଉଟ୍  ହୋଇଛି।

ତୃତୀୟ କ୍ରମରେ ବ୍ୟାଟିଂ କରିଥିବା ସୂର୍ଯ୍ୟକୁମାର ଯାଦବ କେବଳ ୫୧ ବଲ୍‌ରୁ ୧୧୧ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏଥିରେ ୧୧ ଚୌକା ଏବଂ ୭ ଛକା ସାମିଲ୍। ଏହି ସମୟରେ ସୂର୍ଯ୍ୟଙ୍କ ଷ୍ଟ୍ରାଇକ୍ ରେଟ୍ ୨୧୭ ରହିଛି। ଶେଷ ୫ ଓଭରରେ ସୂର୍ଯ୍ୟକୁମାର ଯାଦବ କିଓ୍ଵି ବୋଲରଙ୍କୁ ନିର୍ଧୁମ ପ୍ରହାର କରିଛନ୍ତି। ସୂର୍ଯ୍ୟ ୩୨ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ୪୯ ବଲ୍‌ରୁ ଶତକ ପୂରା କରିଥିଲେ। ଇନିଂସ ଶେଷ  ବେଳକୁ ସୂର୍ଯ୍ୟକୁମାର ୫୧ ବଲ୍‌ରୁ ୧୧୧ ରନ କରିଥିଲେ। ନିଜ ଇନିଂସର ଶେଷ ୧୯ ବଲ୍‌ରେ ସେ ୬୧ ରନ କରିଛନ୍ତି।

ଭାରତ ପାଇଁ ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଅଧିକ ରନ

୧୨୨- ବିରାଟ କୋହଲି

୧୧୮- ରୋହିତ ଶର୍ମା

୧୧୭- ସୂର୍ଯ୍ୟକୁମାର ଯାଦବ

୧୧୧- ସୂର୍ଯ୍ୟକୁମାର ଯାଦବ

୧୧୧-  ରୋହିତ ଶର୍ମା

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ରେ କୌଣସି ବ୍ୟାଟସମ୍ୟାନଙ୍କ ଦ୍ଵାରା ସର୍ବାଧିକ ସ୍କୋର

ସୂର୍ଯ୍ୟକୁମାର ଯାଦବ- ୧୧୧ ରନ

କୋଲିନ ମୁନରୋ- ୧୦୯

୨୦୨୨ରେ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ସ୍କୋର

ସୂର୍ଯ୍ୟକୁମାର ଯାଦବ- ୩୦ ମ୍ୟାଚ୍, ୧୧୫୧ ରନ, ୪୭.୯୫ ହାର, ୨ ଶତକ, ୯ ଅର୍ଦ୍ଧଶଥକ, ୧୦୫ ଚୌକା, ୬୭ ଛକା

ମହମ୍ମଦ ରିଜଓ୍ଵାନ- ୨୫ ମ୍ୟାଚ୍, ୯୯୬ ରନ, ୪୫.୨୭ ହାର, ୧୦ ଅର୍ଦ୍ଧଶତକ, ୭୮ ଚୌକା, ୨୨ ଛକା

ସୂର୍ଯ୍ୟକୁମାରଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର

୪୧ ମ୍ୟାଚ୍- ୧୩୯୫ ରନ, ୪୫ ହାର, ୨ ଶତକ, ୧୨ ଅର୍ଦ୍ଧଶତକ, ୧୮୧.୬୪ ଷ୍ଟ୍ରାଇକ୍ ରେଟ୍ , ୧୩୦ ଚୌକା ୭୯ ଛକା

   Related Posts