ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଇଞ୍ଜେକ୍ସନ ମାର କି ଔଷଧ ଦିଅ…ବାସ୍ ମୋତେ ଠିକ୍ କର, ନିର୍ଣ୍ଣାୟକ ମୁକାବିଲା ପୂର୍ବରୁ ଜ୍ଵରରେ କମ୍ପୁଥିଲେ ସୂର୍ଯ୍ୟକୁମାର ଯାଦବ

26/09/2022 at 4:25 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି। ଗତକାଲି ହାଇଦ୍ରାବାଦରେ ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲାରେ ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଦମଦାର ଇନିଂସ ଖେଳିଥିଲେ। ସେ କ୍ରିଜକୁ ଆସିବା ମାତ୍ରେ ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ଭାରି ପଡିଥିଲେ। ୩୬୦ ଡିଗ୍ରୀ ନାମରେ ପରିଚିତ ସୂର୍ଯ୍ୟ ପଡିଆର କୋଣ ଅନୁକୋଣରେ ବାଉଣ୍ଡରୀ ମାରିଥିଲେ। ହେଲେ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏହି ଇନିଂସ ସେତେଟା ସହଜ ନଥିଲା, କାରଣ ସେ ମ୍ୟାଚ୍ ପୂର୍ବରୁ ଜ୍ଵରରେ ପୀଡିତ ଥିଲେ।

ବିସିସିଆଇ ମ୍ୟାଚ୍ ପରେ ସୂର୍ଯ୍ୟକୁମାର ଯାଦବ ଏବଂ ଅକ୍ଷର ପଟେଲ୍‌ଙ୍କ ଇଣ୍ଟରଭ୍ୟୁ ପୋଷ୍ଟ କରିଛି। ଦୁଇ ଖେଳାଳିଙ୍କ ମଧ୍ୟରେ ଆଲୋଚନା ସମୟରେ ସୂର୍ଯ୍ୟ କହିଛନ୍ତି ଯେ, ମ୍ୟାଚ୍ ପୂର୍ବରୁ ସେ ଜ୍ଵରରେ କମ୍ପୁଥିଲେ। କିନ୍ତୁ ଇଞ୍ଜେକ୍ସନ ମାରି ସେ ମଇଦାନକୁ ଓହ୍ଲାଇଥିଲେ।

ଅକ୍ଷର ପଟେଲ୍ ଯାଦବଙ୍କୁ ପଚାରିଥିଲେ ଯେ, ସକାଳେ ଯେତେବେଳେ ମୁଁ ଉଠିଲି ଫିଜିଓ ରୁମରେ ବହୁତ ଗହଳ ଚହଳି ଲାଗି ରହିଥିଲା ଏବଂ ସମସ୍ତେ ଆପଣଙ୍କ ବିଷୟରେ ପଚାରୁଥିଲେ। ସେହି ସମୟରେ କଣ ଘଟିଥିଲା ? ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ପାଣିପାଗ ବଦଳୁଛି ଏବଂ ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରୁଛେ। ଏମିତିରେ ତାଙ୍କ ପେଟ ବ୍ୟଥା ହେଉଥିଲା ଏବଂ ପରେ ଜ୍ଵର ଆସିଥିଲା।

ଯାଦବ କହିଛନ୍ତି, ହେଲେ ଏହି ମ୍ୟାଚ୍ ନିର୍ଣ୍ଣାୟକ ଥିଲା, ଏଥିପାଇଁ ମୁଁ ଡାକ୍ତରକୁ କହିଥିଲି ଯଦି ଏହା ବିଶ୍ଵ କପ୍ ଫାଇନାଲ୍ ମୁକାବିଲା ହୋଇଥାନ୍ତା ତେବେ କଣ ସେ ଏମିତି ବସିଥାନ୍ତେ। ମୋତେ ଯେ କୌଣସି ବଟିକା ଦିଅନ୍ତୁ ବା ଇଞ୍ଜେକ୍ସନ ମାରନ୍ତୁ, ବାସ୍ ମୋତେ ଫିଟ୍ କରନ୍ତୁ। ପଡିଆକୁ ଓହ୍ଲାଇବା ପରେ ସବୁ କିଛି ସ୍ଵାଭାବିକ ହୋଇ ଯାଇଥିଲା ବୋଲି ଯାଦବ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ୍ ଡେଭିଡ୍‌ଙ୍କ ୫୪ ରନ ଏବଂ କ୍ୟାମେରୁନ ଗ୍ରୀନଙ୍କ ୫୨ ବଲ୍‌ରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୬୯ ରନ ଏବଂ ବିରାଟ କୋହଲିଙ୍କ ୬୩ ରନ ବଳରେ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନର ଉପଯୋଗୀ ଇନିଂସ ଖେଳିଥିଲେ। ସୂର୍ଯ୍ୟକୁମାର ଯାଦବ ୩୬ ବଲ୍‌ରେ ବିସ୍ଫୋରକ ବ୍ୟାଟିଂ କରି ୫ ଚୌକା ଏବଂ ୫ ଛକା ବଳରେ ୬୯ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

   Related Posts