ଜଣେ ମାତ୍ର ଭାରତୀୟ ଭାବେ ଆଇସିସିର ମ୍ୟାନ୍ସ ଟି-୨୦ କ୍ରିକେଟର ପୁରସ୍କାରରେ ନାମାଙ୍କିତ ହେଲେ ସୂର୍ଯ୍ୟ କୁମାର ଯାଦବ
29/12/2022 at 4:30 PM

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଆକ୍ଟିଭ୍ ଭ୍ୟାଟର ସୂର୍ଯ୍ୟ କୁମାର ଯାଦବ ଆଜିକାଲି ଦଳରେ ବେସ୍ ଚମକୁଛନ୍ତି। ସେ ଯେତେ ସମୟ ପଡ଼ିଆରେ ରହୁଛନ୍ତି ଖୁବ୍ ଏଣ୍ଟରଟେନ୍ମେଣ୍ଟ ହେଉଛି। ସେଥିପାଇଁ ତ ଖୁବ୍ ସମୟ ମଧ୍ୟରେ ସେ ଅନେକ ରେକର୍ଡ କଲେଣି। ଏବେ ସୂର୍ଯ୍ୟ କୁମାର ଯାଦବ ଆଇସିସି ବର୍ଗରେ ଆଉ ଏକ ରେକର୍ଡ କରିଛନ୍ତି। ତାଙ୍କୁ ଆଇସିସି ମ୍ୟାନ୍ସ ଟି-୨୦ କ୍ରିକେଟର ଅଫ୍ ଦି ଇୟର ପାଇଁ ନାମାଙ୍କିତ କରାଯାଇଛି। ଏକମାତ୍ର ଭାରତୀୟ ଭାବେ ସୂର୍ଯ୍ୟ ଏଥିପାଇଁ ନାମାଙ୍କିତ ହୋଇଛନ୍ତି।
ତେବେ ଭାରତରେ ସୂର୍ଯ୍ୟଙ୍କ ସହ ସିକନ୍ଦର ରାଜା, ସାମ କୁରାନ ଏବଂ ମହମ୍ମଦ ରିଜୱାନଙ୍କୁ ମଧ୍ୟ ଆଇସିସି ଟି-୨୦ମେନ୍ସ କ୍ରିକେଟ୍ ଅଫ୍ ଦିଅର ପୁରସ୍କାର ପାଇଁ ନାମାଙ୍କିତ କରାଯାଇଛି। ସୂର୍ଯ୍ୟ ଚଳିତ ବର୍ଷ ୧୧୬୪ ରନ୍ କରି ଅନ୍ୟ ଭାରୀତୟ ବ୍ୟାଟରଙ୍କ ତୁଳନାରେ ଖୁବ୍ ଆଗରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ବିରାଟ କୋହଲି। ଏହି ଦୃଷ୍ଟିରୁ ଯଦିଓ ବିରାଟ ସୂର୍ଯ୍ୟଙ୍କର ପାଖାପାଖି ଅଛନ୍ତି, ତେବେ ବିରାଟଙ୍କ ରନ୍(୭୧୮) ସୂର୍ଯ୍ୟଙ୍କ ଠାରୁ କମ ରହିଛି।।
ସୂର୍ଯ୍ୟ ଚଳିତ ବର୍ଷ ୬୮ଟି ଛକ୍କା ମାରିଛନ୍ତି। ଯାହା ଚଳିତ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ। ତାଙ୍କର ରନ୍ ତାଲିକାରେ ଦୁଇଟି ଶତକ, ଓ ୯ଟି ଅର୍ଦ୍ଧଶତକ ସାମିଲ ରହିଛି।
ତେବେ ସୂର୍ଯ୍ୟଙ୍କ ଭଳି ସାମ କୁରନ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ଅଛନ୍ତି। କରନ ଚଳିତ ବର୍ଷ କରନ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେହିପରି ସିକନ୍ଦରା ରାଜା ମଧ୍ୟ ଏହି ତାଲିକାରେ ଥିବା ବେଳେ ସେ ମାତ୍ର ୨୪ ମ୍ୟାଚ୍ ଖେଳି ୨୫ ୱିକେଟ୍ ନେଇଥିବା ବେଳେ ୭୩୫ ରନ୍ କରିଛନ୍ତି।
ଏହି ୩ ଜଣଙ୍କୁ ଛାଡ଼ିଦେଲେ ପାକିସ୍ତାନର ମହମ୍ମଦ ରିଜୱାନ ମଧ୍ୟ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୨୫ ମ୍ୟାଚ୍ ଖେଳି ୯୬୦ ରନ୍ କରିଛନ୍ତି। ରିଜୱାନ ଗତଥର ୨୦୨୧ ଆଇସିସ ମେନ୍ସ କ୍ରିକେଟର ଆୱାର୍ଡ ଜିତିଥିଲେ।