ICC Awards: ୨୦୨୨ରେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଶୋ, ଆଇସିସି ଦେଲା ବଡ ସମ୍ମାନ

Published By : Prameya-News7 Bureau | January 25, 2023 IST

ନୂଆଦିଲ୍ଲୀ: ନମ୍ବର ୱାନ୍‌ରେ ଟିମ୍‌ ଇଣ୍ଡିଆ ଓ ଟିମ୍‌ ଇଣ୍ଡିଆର ଖେଳାଳି। କ୍ରିକେଟର ତିନୋଟି ଫର୍ମାଟ୍‌ରେ ଦଳ ଏବେ ଦୁଇଟି(ଟି-୨୦ ଓ ଦିନିକିଆ) ନମ୍ବର ୱାନ୍‌ରେ ରହିଛି। ସେହିପରି ଖେଳାଳିମାନେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନମ୍ବର ୱାନ୍ ପୋଜିସନରେ ରହୁଛନ୍ତି ଓ ପୁରସ୍କାର ବି ଜିତୁଛନ୍ତି।

ICC ଟି-୨୦ ପୁରୁଷ ବର୍ଗର କ୍ରିକେଟ୍ ଅଫ୍‌ ଦି ଇୟର ୨୦୨୨ ପୁରସ୍କାର ଜିତିଛନ୍ତି ସୂର୍ଯ୍ୟ କୁମାର ଯାଦବ। ଏନେଇ ଆଇସିିସି ଟ୍ୱିଟ୍ କରି ସୂଚନା ଦେଇଛି। ଆଇସିସି ୱେବ୍‌ସାଇଟ୍‌ରେ ମଧ୍ୟ ୨୦୨୨ରେ ଟି-୨୦ ଫର୍ମାଟ୍‌ରେ ତାଙ୍କର ଜବରଦସ୍ତ ବ୍ୟାଟିଂ ରହିଛି।

wp:heading {"level":3}

ପଢନ୍ତୁ- ICC ଦିନିକିଆରେ ମହମ୍ମଦ ସିରାଜଙ୍କ ଧମାଲ, ସମସ୍ତଙ୍କୁ ପଛରେ ପକାଇ ହେଲେ ନମ୍ବର ୧ ବୋଲର

/wp:heading wp:html /wp:html

କ୍ୟାଲେଣ୍ଡର ଇଅର ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ରନ୍ କରିଛନ୍ତି। ଗୋଟିଏ ବର୍ଷରେ ଟି-୨୦ ଫର୍ମାଟ୍‌ରେ ୧୦୦୦ ରନ୍ ପୂରା କରିଥିବା ସେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି। ୨୦୨୨ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ୧୮୭. ୪୩ ବ୍ୟାଟିଂ ରେଟ୍‌ରେ ସର୍ବାଧିକ ୧୧୧୬ ରନ୍ ସଂଗ୍ରହ କରିଛନ୍ତି। ତା ସହ ୨୦୨୨ ଟି-୨୦ ଫର୍ମାଟ୍‌ରେ ସୂର୍ଯ୍ୟକୁମାର ସର୍ବାଧିକ ୬୮ଟି ଛକ୍କା ମାରିଥିଲା। ଯାହା ପୂର୍ବରୁ କୌଣସି ବ୍ୟାଟର୍ କରି ନଥିଲେ।

ସୂର୍ଯ୍ୟକୁମାର ଯାଦବଙ୍କ ଅନ୍ତର୍ଜାତୀୟ ଟି-୨୦ ରେକର୍ଡ

୪୫ ମ୍ୟାଚ୍‌ରେ ୪୩ ଇନିଂସ୍‌ ଖେଳିଛନ୍ତି।
୧୫୭୮. ରନ୍‌, ଷ୍ଟ୍ରାଇକ୍ ରେଟ୍ ୪.୧ ହାରାହାରି ରେଟ୍

୧୮୦.୩ ଷ୍ଟ୍ରାଇକ୍‌ ରେଟ୍, ୩ ଶତକ
୪୨ ଚୌକ, ୯୨ ଛକ୍କା

Best of Suryakumar Yadav so far | T20WC 2022


ଟି-୨୦ରେ ସୂର୍ଯ୍ୟଙ୍କ ସର୍ବଶ୍ରେଷ୍ଠ ସ୍କୋର୍-

୧୧୭ ବନାମ ଇଂଲଣ୍ଡ ୨୦୨୨
୧୧୨ ବନାମ ଶ୍ରୀଲଙ୍କା ୨୦୨୩
୧୧୧ ବନାମ ନ୍ୟୁଜିଲାଣ୍ଡ ୨୦୨୨

Suryakumar Yadav consolidates ICC T20I rankings top spot after century |  Cricket - Hindustan Times

ଟି-୨୦ ଫର୍ମାଟ୍‌ରେ ହିନ୍ଦୁସ୍ତାନୀ ବ୍ୟାଟରଙ୍କ କମାଲ

ICC ନିକଟରେ ଫର୍ମ ଅଫ୍ ଦି ଇୟର ପୁରସ୍କାର ଘୋଷଣା କରିଥିଲା। ଯେଉଁଥିରେ ଭାରତର ୩ ଖେଳାଳି- ସୂର୍ଯ୍ୟ କୁମାର ଯାଦବ,  ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ୍ ଥିଲେ। ସୂଚନା ଥାଉକି ପ୍ରଥମରୁ ଟି-୨୦ ଫର୍ମାଟ୍‌ରେ ଟିମ୍‌ ଇଣ୍ଡିଆ ନମ୍ବର ୱାନ୍‌ ସ୍ଥାନରେ ରହିଥିବା ବେଳେ ଏବେ ଦିନିକିଆ ସିରିଜ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ରେ ହରାଇ ଦଳ ଏହି ଫର୍ମାଟ୍‌ରେ ବି ନମ୍ବର ୱାନ୍ ହୋଇଛି। କେବଳ ଟେଷ୍ଟରେ ନମ୍ବର ହେବା ବାକି ରହିଯାଇଛି। ଏହି ଫର୍ମାଟ୍‌ରେ ଅଷ୍ଟ୍ରେଲିଆ ନମ୍ବର ୱାନ୍ ପୋଜିସନ୍‌ରେ ରହିଥିବା ବେଳେ ଭାରତ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଇଂଲଣ୍ଡ ରହିଛି।  

Suryakumar Yadav ODI photos and editorial news pictures from ESPNcricinfo  Images

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.