LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଫ୍ଲପ୍ ପରେ ଫ୍ଲପ୍, ODIରେ ଚାଲୁନି ସୂର୍ଯ୍ୟଙ୍କ ବ୍ୟାଟ୍, ୨୦ ଇନିଂସରେ ମାତ୍ର ୪୩୩ ରନ୍

20/03/2023 at 2:52 PM

Suryakumar Yadav

ମୁମ୍ବାଇ ୨୦।୦୩ : ଆସୁନି ସୂର୍ଯ୍ୟଙ୍କ ଚମକ । ଲଗାତର ଭାବେ ଫେଲ୍ ମାରୁଛି ମିଷ୍ଟର ୩୬୦ଙ୍କ ବ୍ୟାଟ । ଏକଦା ଟି-୨୦ ଗର୍ଜୁଥିବା ସୂର୍ଯ୍ୟଙ୍କ ବ୍ୟାଟ୍, ଏବେ ଦିନିକିଆରେ ଶାନ୍ତ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆରେ ବିନା ଖାତା ଖୋଲି ପ୍ୟାଭିଲୟନ୍ ଫେରୁଛନ୍ତି । ସମାନ ବୋଲର ଏବଂ ସମାନ ଷ୍ଟାଇଲ୍ରେ ଆଉଟ୍ ହେଉଛନ୍ତି ।

୩୨ ବର୍ଷୀୟ Suryakumar Yadav ଙ୍କୁ ଦିନିକିଆ କ୍ରିକେଟ୍ରେ କମ୍ ସୁଯୋଗ ମିଳୁଛି । ତଥାପି ସେ ସେହି ସୁଯୋଗର ଫାଇଦା ଉଠାଇପାରୁନାହାନ୍ତି । ସୂର୍ଯ୍ୟକୁମାର ଯାଦବ ଏବେ ୨୦ଟି ପାଳିରେ ୨୫.୪୭ ପ୍ରତିଶତରେ ୪୩୩ ରନ୍ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ ଦୁଇଟି ଅର୍ଦ୍ଧଶତକ ବାହାରିଛି । ତେବେ ଶେଷ ୧୪ଟି ପାଳିରେ ସୂର୍ଯ୍ୟକୁମାର ଯାଦବ ଗୋଟିଏ ବି ଅର୍ଦ୍ଧଶତକ ମାରିନାହାନ୍ତି । ଏହି ସମୟରେ ମଧ୍ୟରେ ସେ କେବଳ ପାଞ୍ଚ ଥର ବ୍ୟକ୍ତିଗତ ଭାବେ ଦୁଇ ଅଙ୍କର ସ୍କୋର କରିପାରିଛନ୍ତି । ଏହା ତାଙ୍କ ଦିନିକିଆ କ୍ରିକେଟ୍‌ର ସବୁଠାରୁ ଖରାପ ସମୟ ବୋଲି କୁହାଯାଉଛି ।

Suryakumar Yadav ୧୮ ଜୁଲାଇ ୨୦୨୧ରେ ଶ୍ରୀଲଙ୍କ ବିପକ୍ଷରେ ଦିନିକିଆ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୩୧ ରନ୍‌ ହିଁ କରିଥିଲେ । ଏହାପରେ ଶ୍ରୀଲଙ୍କା ବିପକ୍ଷ ୨ୟ ଦିନିକିଆରେ ଏକ ଅର୍ଦ୍ଧଶତକ କରିଥିଲେ । ସେତେବେଳେ ଏମିତି ଲାଗୁଥିବା କି ଟିମ୍‌ ଇଣ୍ଡିଆର ମିଡିଲ୍‌ ଅର୍ଡର ଏକ ମଜ୍‌ବୁତ୍‌ ଖେଳାଳି ଭାବେ ବାହାରିବେ । କିନ୍ତୁ୯ ଫେବୃଆରୀ ୨୦୨୨ରେ ଓ୍ୱେଷ୍ଟଇଣ୍ଡିଜ୍‌ ବିରୋଧରେ ୬୪ ରନ୍‌ ପାରି ଖେଳିବା ପରଠାରୁ ହିଁ ଫର୍ମ ହରାଇଛନ୍ତି ସୂର୍ଯ୍ୟକୁମାର ଯାଦବ ।

ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାରଙ୍କ ପାଖରେ ଭଲ ସୁଯୋଗ ଥିଲା ଟିମ୍‌ରେ ନିଜ ସ୍ଥାନ ପକ୍କା କରିବାକୁ । କିନ୍ତୁ ସୂର୍ଯ୍ୟକୁମାର ଯାଦବ ଯେଉଁଭଳି ବ୍ୟାଟିଂ ଶୈଳୀରେ ଖେଳୁଛନ୍ତି । ତାହା ଆଗାମୀ ଦିନରେ ତାଙ୍କୁ ଭାରି ପଡିପାରେ । ଏପିରିକି ଆଗାମୀ ଦିନିକିଆ ବିଶ୍ୱକପ୍‌ରେ ଟିମ୍ ସଦସ୍ୟ ହେବା ବହୁ କଷ୍ଟକର ହୋଇପଡିବ ।

   Related Posts