ଆଇସିସି ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବଙ୍କ କମାଲ, ପ୍ରଥମ ଥର ଟପ୍-୫ରେ ପହଞ୍ଚିଲେ

Published By : Prameya-News7 Bureau | July 13, 2022 IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ଜାରି ସଦ୍ୟତମ ଟି-୨୦ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ବଡ ଲମ୍ଫ ମାରିଛନ୍ତି। ସେ ପ୍ରଥମ ଥର ଶୀର୍ଷ ୫ରେ ପ୍ରବେଶ କରିଛନ୍ତି। ନିକଟରେ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଥିବା ସୂର୍ଯ୍ୟଙ୍କୁ ଏହି ପ୍ରଦର୍ଶନର ଫାଇଦା ମିଳିଛି। ଇଂଲଣ୍ଡ ବିଫକ୍ଷ ତୃତୀୟ ଟି-୨୦ରେ ୧୧୭ ରନର ଇନିଂସ ପରେ ୭୩୨ ରେଟିଂ ପଏଣ୍ଟ ସହିତ ନିଜ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗରେ ପହଞ୍ଚିଛନ୍ତି ସୂର୍ଯ୍ୟକୁମାର ଯାଦବ।

୩୧ ବର୍ଷୀୟ ସୂର୍ଯ୍ୟକୁମାର ବୁଧବାର ଜାରି ସଦ୍ୟତମ ଟି-୨୦ ମାନ୍ୟତାରେ ୪୪ଟି ସ୍ଥାନ ଉପରକୁ ଉଠିଛନ୍ତି। ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ସୂର୍ଯ୍ୟକୁମାର ଯାଦବ ନିକଟରେ ଟି-୨୦ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଗତ ୧୬ ମାସରେ ଚାରୋଟି ଟି-୨୦ ଅର୍ଦ୍ଧଶତକ ହାସଲ କରିଛନ୍ତି।

wp:html /wp:html

ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟତୀତ ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ଵର କୁମାର ମଧ୍ୟ ବୋଲିଂ ମାନ୍ୟତାରେ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ପାଇଥିବା ଭୁବନେଶ୍ଵର ଦ୍ଵିତୀୟ ଟି-୨୦ରେ ୧୫ ରନ ଦେଇ ତିନୋଟି ଓ୍ଵିକେଟ୍ ହାସଲ କରିଥିଲେ। ହର୍ଷଲ ପଟେଲ୍ ମଧ୍ୟ ୧୦ଟି ସ୍ଥାନ ଉନ୍ନତି ଘଟାଇ ୨୩ତମରେ ପହଞ୍ଚିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.