scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ କାର୍‌ନାମା, କୋହଲି-ରୋହିତଙ୍କୁ ପକାଇଲେ ପଛରେ…

9/08/2023 at 1:30 PM

ମୁମ୍ବାଇ ୦୯।୦୮ : ଶେଷରେ ଚମକିଲେ ସୂର୍ଯ୍ୟ । ଆଉ ଗର୍ଜିଲା ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ । ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ୟ ଟି-୨୦ରେ ଖେଳିଛନ୍ତି ବିସ୍ଫୋରକ ପାରି । ୪୪ ବଲ୍‌ରେ ୧୮୮ ଷ୍ଟ୍ରାଇକ୍‌ ରେଟ୍‌ରେ ଖେଳିଛନ୍ତି ୮୩ ରନ୍‌ । ଯାହାଫଳରେ ତୃତୀୟ ଟି-୨୦ ମ୍ୟାଚ୍‌ରେ ଘରୋଇ ଟିମ୍‌କୁ ୭ ଓ୍ୱିକେଟ୍‌ରେ ହରାଇଛି ଭ୍ରମଣକାରୀ ଦଳ ।

ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ୍‌ର ପ୍ରଥମ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଖାସ୍ କରି ଉଭୟ ମ୍ୟାଚ୍‌ରେ ବ୍ୟାଟରମାନେ ଠିକଣା ସମୟରେ ଫେଲ୍‌ ମାରିଥିଲେ । ଆଉ ସାଜିଥିଲେ ପରାଜୟର ମୁଖ୍ୟ କାରଣ । ଶେଷରେ ତୃତୀୟ ଟି-୨୦ ମ୍ୟାଚ୍‌ରେ ବିଜୟ ପାଇଁ ଭାରତକୁ ଦରକାର ଥିଲା ୧୬୦ ରନ୍‌ । ଆଉ ବ୍ୟାଟିଂର ପ୍ରଥମରୁ ଭାରତକୁ ଲାଗିଲା ପ୍ରାରମ୍ଭିକ ଝଟ୍‌କା । ଉଭୟ ଓପନର ସଅଳ ଫେରିଚାଲିଲେ ପ୍ୟାଭିଲିୟନ୍‌ । ଏହି ସମୟରେ ଟିମ୍‌ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଲେ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା ।

ତୃତୀୟ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଅନେକ ରେକର୍ଡ କରିଛନ୍ତି । ମାତ୍ର ୨୩ଟି ବଲ୍‌ର ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ପାରିରେ ସେ ୧୦ଟି ଚୌକା ଏବଂ ୪ଟି ଛକା ରହିଛି । ତେବେ ଏହି ୪ଟି ଛକାକୁ ମିଶାଇ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ୧୦୦ଟି ଛକା ପୂରଣ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ଏହି କାରନାମା ମାତ୍ର ୫୦ଟି ମ୍ୟାଚ୍‌ରେ ହିଁ ପୂରଣ କରିଛନ୍ତି । ଯେତେବେଳେ କି ରୋହିତ ଶର୍ମା ୯୨ ଟି ମ୍ୟାଚ୍‌ ଏବଂ ବିରାଟ କୋହଲି ୧୦୪ଟି ମ୍ୟାଚ୍‌ ଖେଳି ଏହି ରେକର୍ଡ କରିଥିଲେ । ଆଉ ଏବେ ସୂର୍ଯ୍ୟକୁମାର ଯାଦବ ସମସ୍ତଙ୍କ ପଛରେ ପକାଇ ପ୍ରଥମ ଭାରତୀୟ ଭାବେ ଏହି ରେକର୍ଡ ହାସଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଥମ ଟେଷ୍ଟ ଆଉ ପରେ ଦିନିକିଆ ସିରିଜ୍‌ କବ୍‌ଜା କରିଥିଲା ଟିମ୍‌ ଇଣ୍ଡିଆ । ଟି-୨୦ ସିରିଜ୍‌ରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଯାହାଫଳରେ ୫ଟିକିଆ ସିରିଜ୍‌ରେ ଓ୍ୱେଷ୍ଟଇଣ୍ଡିଜ୍‌ ୨-୦ରେ ଆଗୁଆ ରହିଥିଲା । ଆଉ ଏବେ ତୃତୀୟ ଟି-୨୦ ମ୍ୟାଚରେ ବିଜୟୀ ହୋଇ ସିରିଜ୍‌କୁ ଫାଇଟ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ । ଏବେ ସିରିଜ୍‌ରେ ୨-୧ରେ ରହିଛି ଟିମ୍‌ ଇଣ୍ଡିଆ ।

   Related Posts