ମୁମ୍ବାଇ ୧୧।୦୮ : ବିଗତ ଦିନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ କ୍ୟାପଟେନ୍ ଭାବେ ଦାୟିତ୍ୱ ଦିଆଯାଇଛି । ତାଙ୍କ ନେତୃତ୍ୱରେ ବି ଭାରତୀୟ ଟିମ୍ ଶ୍ରୀଲଙ୍କା ଠାରୁ ଟି-୨୦ ସିରିଜ୍ ବିଜୟୀ ହୋଇଛି । ହେଲେ ଏହାପରେ ତାଙ୍କୁ ଦିନିକିଆ ସିରିଜ୍ ପାଇଁ ଦଳରେ ସାମିଲ କରାଯାଇନଥିଲା । ଟି-୨୦ କ୍ରିକେଟ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଭଲ ରହିଥିବା ବେଳେ ଦିନିକିଆ କ୍ରିକେଟ୍ରେ ଆଖିଦୃଶିଆ ଫର୍ମ ନାହିଁ । ତେଣୁ ତାଙ୍କ ଦିନିକିଆ ଦଳରେ ଚୟନ କରାଯାଇନାହିଁ ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ନିଜର ଭବିଷ୍ୟତ ପ୍ଲାନ ନେଇ ବଡ଼ ବୟାନ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ।
ସେ କହିଛନ୍ତି ଯେ, ମୋର ତିନୋଟି ଫର୍ମାଟ ( ଟି-୨୦, ଦିନିକିଆ, ଟେଷ୍ଟ) ଖେଳିବାକୁ ଇଛା । ଭାରତ ପାଇଁ ତିନୋଟି ଫର୍ମାଟ ଖେଳିବା ମୋ ପାଇଁ ଗର୍ବର ବିଷୟ । ହେଲେ ଚୟନକର୍ତ୍ତା ସବୁ ଦିଗ ଦେଖି ଖେଳାଳି ଚୟନ କରୁଛନ୍ତି । ତେଣୁ ମୋର ଇଛା ଅଛି ସବୁ ଫର୍ମାଟରେ ଖେଳିବାକୁ , କିନ୍ତୁ ଚୟନକର୍ତ୍ତା , କୋଚ, ଅଧିକାନାୟକ କେଉଁ ଖେଳାଳିଙ୍କ ଦଳରେ ସାମିଲ କରିବେ । କେଉଁ ପରିସ୍ଥିତିରେ କେଉଁ ଖେଳାଳି ମୋ ଠାରୁ ଉପଯୋଗୀ ହେବ । ସେ ସବୁ ଦିଗ ଉପରେ ବି ଧ୍ୟାନ ଦେବା ଦରକାର ।
ସୂର୍ଯ୍ୟକୁମାର ଯାଦବ ୭୧ଟି ଟି-୨୦ ମ୍ୟାଚ୍ ଖେଳି ୨୪୩୨ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪ଟି ଶତକ, ୨୦ଟି ଅର୍ଦ୍ଧଶତକ ରହିଛନ୍ତି । ୧୧୭ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ଅଛି । ଏହାବାଦ୍ ୩୭ଟି ଦିନିକିଆ ମ୍ୟାଚ୍ ଖେଳି ୭୭୩ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪ଟି ଅର୍ଦ୍ଧଶତକ ରହିଥିବା ବେଳେ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ୭୨ ରନ୍ ରହିଛି । ସେହିପରି ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳି ମାତ୍ର ୮ ରନ୍ ହିଁ ସଂଗ୍ରହ କରିଛନ୍ତି ସୂର୍ଯ୍ୟକୁମାର ଯାଦବ ।