LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟି-୨୦ ନମ୍ବର ୱାନ ଦିନିକିଆରେ ଫେଲ୍‌: ପ୍ରଥମ ଭାରତୀୟ ବ୍ୟାଟର ଭାବେ ଏଭଳି ଲଜ୍ଜାଜନକ ରେକର୍ଡ କଲେ ସୂର୍ଯ୍ୟକୁମାର ଯାଦବ

23/03/2023 at 3:58 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ହାରିଯାଇଛି ଭାରତ। ଦଳର ବ୍ୟାଟିଂ ବିଫଳତା ପରାଜୟର ମୁଖ୍ୟ କାରଣ ହୋଇଛି। ସବୁଠାରୁ ବଡ଼ କଥା ହେଲା ଟି-୨୦ କ୍ରିକେଟର ନମ୍ବର ୱାନ୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଦିନିକିଆରେ ଫେଲ୍ ମାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ସୂର୍ଯ୍ୟ ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି। ସିରିଜର ପ୍ରତ୍ୟେକ୍‌ଟି ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଛନ୍ତି ସୂର୍ଯ୍ୟ। ଏପରି ଲଜ୍ଜାକର ରେକର୍ଡ କରିବାରେ ସୂର୍ଯ୍ୟକୁମାର ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି।

टी20 के नंबर-1 बल्लेबाज सूर्यकुमार यादव वनडे फॉर्मेट में फ्लॉप. (Getty)

ସୂର୍ଯ୍ୟଙ୍କ ପୂର୍ବରୁ ଆଉ କିଛି ଭାରତୀୟ ଖେଳାଳି ଦିନିକିଆ ସିରିଜ୍‌ରେ ଖାତା ନ ଖୋଲିପାରି ଆଉଟ ହୋଇଛନ୍ତି। ହେଲେ ସୂର୍ଯ୍ୟଙ୍କ ପରି ପ୍ରତ୍ୟେକ ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ କେହି ଆଉଟ୍ ହୋଇ ନଥିଲେ।

Suryakumar Yadav vs AUS

ସିରିଜ୍‌ରେ ଖାତା ଖୋଲି ନପାରି ଆଉଟ୍ ହୋଇଥିବା ବ୍ୟାଟର

୧. ସଚିନ ତେନ୍ଦୁଲକର
୨. ସୂର୍ଯ୍ୟକୁମାର ଯାଦବ
୩. ଅନୀଲ କୁମ୍ବଲେ
୪. ଇଶାନ୍ତ ଶର୍ମା
୫. ଜହୀର ଖାନ
୬. ଜସପ୍ରୀତ ବୁମ୍ରା

ତେବେ ଦିନିକିଆ ସିରିଜ୍‌ରେ ସର୍ବାଧିକ ଥର ଶୂନ ରନ୍‌ରେ ଆଉଟ୍ ହୋଇଥିବା ବ୍ୟାଟରମାନଙ୍କ ମଧ୍ୟରେ ଲସିତ ମାଲିଙ୍ଗା, କ୍ରେଗ ହ୍ୱାଇଟ୍, ଏବଂ ହେନରୀ ଓଲଙ୍ଗା ରହିଛନ୍ତି।

Suryakumar Yadav vs AUS

ଉପରୋକ୍ତ ସମସ୍ତ ବ୍ୟାଟର ଦିନିକିଆ ସରିଜ୍‌ରେ ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି। ହେଲେ ସୂର୍ଯ୍ୟକୁମାର ସିରିଜ୍‌ର ତିନୋଟିଜାକ ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ ଆଉଟ୍ ହେବା ଭାରତୀୟ ଟିମ୍‌ ପାଇଁ ପ୍ରଥମ। ଖାତା ନ ଖୋଲିପାରି ଆଉଟ୍ ହୋଇଥିବା ତାଲିକାରେ ସଚିନଙ୍କ ପରି ମହାନ ଖେଳାଳି ରହିଛନ୍ତି। ଖରାପ ସମୟ ଯୋଗୁ ଯଦିଓ ସଚିନ ଏଭଳି ଖରାପ ରେକର୍ଡର ଅଧିକାରୀ ହୋଇଥିଲେ, ହେଲେ ଆଜି ସେ କେଉଁଠି ଅଛନ୍ତି ତାହା ସମସ୍ତେ ଜାଣିଛେ। ସୂର୍ଯ୍ୟକୁମାରଙ୍କ ଏହି ଖରାପ ରେକର୍ଡ ଆଗକୁ ତାଙ୍କ କ୍ୟାରିୟରେ ଐତିହାସିକ ପାଳି ଖେଳିବାକୁ ପ୍ରେରଣା ଦେବ ବୋଲି ଆଶା।

   Related Posts