ଟି-୨୦ ଅନ୍ତର୍ଜାତୀୟରେ ନୂତନ କୀର୍ତ୍ତିମାନ ସ୍ଥାପନ କଲେ ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲିଙ୍କୁ ପଛରେ ପକାଇଲେ
11/01/2023 at 5:13 PM

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଭିନ୍ନ ରୂପରେ ନଜର ଆସୁଛନ୍ତି। ସେ ସଂପ୍ରତି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଦୁନିଆର ନମ୍ବର ଓ୍ଵାନ ବ୍ୟାଟସମ୍ୟାନ। ଏଥିସହିତ ସେ ବିରାଟ କୋହଲିଙ୍କ ବଡ ରେକର୍ଡ ଭାଙ୍ଗିଛନ୍ତି, ଯାହା ବହୁ ସମୟ ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତ ପାଇଁ କୋହଲି ସ୍ଥାପନ କରିଥିଲେ। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ କେଏଲ ରାହୁଲଙ୍କୁ ପଛରେ ପକାଇଛନ୍ତି।
ସୂର୍ଯ୍ୟକୁମାର ଯାଦବ ଏବେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତ ପକ୍ଷରୁ ସବୁଠୁ ଅଧିକ ରେଟିଂ ପଏଣ୍ଟ ହାସଲ କରିଥିବା ବ୍ୟାଟସମ୍ୟାନ ହେବାର ରେକର୍ଡ କରିଛନ୍ତି। ଏପରିକି ୯୦୦ରୁ ଅଧିକ ପଏଣ୍ଟ ହାସଲ କରିବାରେ ସେ ବିଶ୍ଵ କ୍ରିକେଟ୍ର ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। ବିରାଟ କୋହଲିଙ୍କ ରେଟିଂ ପଏଣ୍ଟ ୮୯୭ ଥିଲା, ମାତ୍ର ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବଙ୍କ ରେଟିଂ ପଏଣ୍ଟ ୯୦୮ ରହିଛି।
କେବଳ ଏତିକି ନୁହେଁ ସୂର୍ଯ୍ୟକୁମାର ଯାଦବ କେଏଲ ରାହୁଲଙ୍କୁ ମଧ୍ୟ ପଛରେ ପକାଇଥିଲେ। ରାହୁଲ ନିଜ ଟି-୨୦ କ୍ୟାରିୟରରେ ୮୫୪ ରେଟିଂ ପଏଣ୍ଟ ହାସଲ କରିଥିଲେ। ତେବେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ ଏହି ଫର୍ମାଟ୍ରେ ଅଟକିବାର ନାମ ନେଉ ନାହିଁ। ସେ ଏହି ଛୋଟ ଫର୍ମାଟ୍ରେ ୨୦୨୩ରେ ପ୍ରଥମ ଶତକ ହାସଲ କରିଥିବା ବେଳେ ଗୋଟିଏ ବର୍ଷ ଭିତରେ ଟି-୨୦ ଅନ୍ତର୍ଜାତୀୟରେ ଏହା ତାଙ୍କର ତୃତୀୟ ଶତକ।