ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ସୂର୍ଯ୍ୟକୁମାରଙ୍କ ନିକଟରେ ବଡ ସୁଯୋଗ,  କୋହଲିଙ୍କ ଖାସ୍ କ୍ଲବରେ ମାରିବେ ଏଣ୍ଟ୍ରି !

30/09/2022 at 10:52 PM

ନୂଆଦିଲ୍ଲୀ: ଗତବର୍ଷ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିଥିବା ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ପାଲଟିଛନ୍ତି। ଲଗାତାର ସେ ଦଳ ପାଇଁ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି। ଟି-୨୦ ମାନ୍ୟତାରେ ସୂର୍ଯ୍ୟକୁମାର ବର୍ତ୍ତମାନ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଏହି ଡାହାଣହାତୀ ବ୍ୟାଟସମ୍ୟାନ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।

ମଇଦାନର ପ୍ରତିଟି କୋଣରେ ସଟ୍ ଖେଳିବାର ସାମର୍ଥ୍ୟ ରଖୁଥିବା ସୂର୍ଯ୍ୟକୁମାର ଯାଦବ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ଜରିଆରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପାଇଁ ସର୍ବାଧିକ ରନ କରିବାର ବ୍ୟାଟସମ୍ୟାନ ହୋଇ ପାରିଛନ୍ତି। ସୂର୍ଯ୍ୟ ଦ୍ଵିତୀୟ ମ୍ୟାଚ୍‌ରେ ଆଉ ଏକ ବଡ ଉପଲବ୍ଧି ହାସଲ କରିବାର ବହୁତ ନିକଟତର ହୋଇଛନ୍ତି। ଯଦି ସେ ଏମିତି କରିବାରେ ସଫଳ ହୁଅନ୍ତି ତେବେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଏମଏସ ଧୋନୀଙ୍କ ପରି ତାରକା ଖେଳାଳିଙ୍କ କ୍ଲବ୍‌ରେ ସାମିଲ୍ ହେବେ।

ସୂର୍ଯ୍ୟକୁମାର ୩୨ ଟି-୨୦ ଅନ୍ତର୍ଜାତୀୟରେ ୯୭୬ ରନ କରିଛନ୍ତି। ସେ ୧୦୦୦ ରନ କ୍ଲବ୍‌ରେ ସାମିଲ୍ ହେବାର ଦ୍ଵାର ଦେଶରେ ଅଛନ୍ତି। ଆଉ ୨୪ ରନ କଲେ ନବମ ଭାରତୀୟ ବ୍ୟାଟସମ୍ୟାନ ହିସାବରେ ଟି-୨୦ ଅନ୍ତର୍ଜାତୀୟରେ ୧୦୦୦ ରନ ପୂରଣ କରିବେ। ଏହି ତାଲିକାରେ ଅଧିନାୟକ ରୋହିତ ଶର୍ମା ଶୀର୍ଷରେ ଅଛନ୍ତି। ସେ ୧୪୦ଟି ମ୍ୟାଚ୍‌ରେ  ୩୬୯୪ ରନ କରିଥିବା ବେଳେ ବିରାଟ କୋହଲି ୧୦୮ ମ୍ୟାଚ୍‌ରେ ୩୬୬୩ ରନ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି।

କେଏଲ ରାହୁଲ ୨୦୮୦ ରନ ସହିତ ଭାରତ ପକ୍ଷରୁ ସର୍ବାଧିକ ରନ କରିବା ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପରେ ଶିଖର ଧାଓ୍ଵନ(୧୭୫୯), ଏମଏସ ଧୋନୀ(୧୬୧୭), ସୁରେଶ ରୈନା(୧୬୦୫), ଯୁବରାଜ ସିଂହ(୧୧୭୭) ଏବଂ ଶ୍ରେୟସ ଆୟର(୧୦୨୯)। ୯୮୯ ରନ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ସୂର୍ଯ୍ୟକୁମାର ଯାଦବଙ୍କଠୁ କିଛିଟା ଆଗରେ ଅଛନ୍ତି।

   Related Posts