ସୂର୍ଯ୍ୟକିରଣ ଶୋ' ପାଇଁ ପ୍ରସ୍ତୁତି, ଗ୍ରାଉଣ୍ଡ ସ୍ଥିତି ପରଖିଲେ ପୋଲିସ କମିଶନର ଏବଂ ଡିସିପି

Published By : Prameya-News7 Bureau | September 12, 2022 IST

ଭୁବନେଶ୍ୱର ୧୨।୦୯: ଆସନ୍ତା ୧୬ ତାରିଖରେ କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ଶୋ ପାଇଁ ପ୍ରସ୍ତୁତି ଆରମ୍ଭ। ଏଥିପାଇଁ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ପୋଲିସ କମିଶନର ଏବଂ ଡିସିପି। ପ୍ରଦର୍ଶନୀ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କିପରି ହେବ ତାର ଯାଞ୍ଚ କରାଯାଉଛି।

ତେବେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ ପାଇଁ ସୋମବାର ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ। N-32 ବିମାନରେ ଆସିବ ଇଣ୍ଡକ୍ସନ ଟିମ୍‌ । ୧୩ ତାରିଖରେ ଶୋ'ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ ଆସିବ। ଏହି ଶୋ'ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.