ରାମଲାଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟତିଳକ, ବୈଜ୍ଞାନିକ ପଦ୍ଧତିରେ ଅଭିଷିକ୍ତ ହେଲେ ମର୍ଯ୍ୟାଦାପୁରୁଷୋତ୍ତମ

Published By : Prameya-News7 Bureau | April 17, 2024 IST

ଅଯୋଧ୍ୟା ୧୭/୦୪: ରାମଲାଲାଙ୍କ ହେଲା ସୂର୍ଯ୍ୟତିଳକ । ରାମ ନବମୀ ଅବସରରେ ଅଯୋଧ୍ୟାରେ ଏହି ମହାନ ପରମ୍ପରା ଅନୁଷ୍ଠିତ ହୋଇଛି । ଇଶ୍ୱରୀୟ ଦୃଶ୍ୟ ଦେଖିବାକୁ ଭକ୍ତଙ୍କ ଭିଡ ଜମିଥିଲା । ମନ୍ଦିରରେ ରାମଲାଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ। ଗର୍ଭଗୃହରେ ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲାଲା । 

ଏହି ସମୟରେ ମନ୍ଦିର ଭିତରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ । ବିଶ୍ୱାସ ଏବଂ ବିଜ୍ଞାନର ମିଳନରେ ରାମଲାଲାଙ୍କ ସୂର୍ଯ୍ୟାଭିଷେକ କରାଯାଇଛି । ଏହି ସମୟରେ ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିଥିଲା ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ୫୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀ ରାମଙ୍କ ସୂର୍ଯ୍ୟାଭିଷେକ ହୋଇଛି। ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ।


ଭଗବାନ ଶ୍ରୀ ରାମଙ୍କ ସୂର୍ଯ୍ୟ ତିଲକ ହେବା ପରେ ସମଗ୍ର ମନ୍ଦିର ପରିସର ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଥିଲା। ଯାହିର ସିଧା ପ୍ରସାରଣ ବି ହୋଇଥିଲା । ରାମ ନବମୀ ଅବସରରେ ରାମଲାଲାଙ୍କ ବିଶେଷ ପୂଜା କରାଯାଇଥିଲା । ଠିକ ଦ୍ୱିପ୍ରହରରେ ରାମଲାଲାଙ୍କ ସୂର୍ଯ୍ୟ ତିଳକ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟ ତିଲକ ପରେ ଭଗବାନ ଶ୍ରୀ ରାମଙ୍କର ବିଶେଷ ଉପାସନା କରାଯାଇଥିଲା ଏବଂ ଆଳତି କରାଯାଇଥିଲା।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.