ଦାମ ଦିମୁହାଁ, ଦି ତୁଣ୍ଡିଆ ବୋଲି ଆକ୍ଷେପ କରିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

Published By : Prameya-News7 Bureau | September 17, 2018 IST

ଭୁବନେଶ୍ୱର ୧୭/୯ : ଦାମଙ୍କ ବିରୋଧରେ ପୁଣି ଅଭିଯୋଗ ଆଣିଲେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଦାମ ଦିମୁହାଁ, ଦି ତୁଣ୍ଡିଆ ବୋଲି ସୂର୍ଯ୍ୟ ଆକ୍ଷେପ କରିଛନ୍ତି । ସରକାରୀ କଳ ବ୍ୟବହାର କରି ନିଜ ଜ୍ବାଇଁ ଓ ପୁଅ ଦ୍ବାରା ଅର୍ଥ ଉପାର୍ଜନ କରୁଛନ୍ତି । କିନ୍ତୁ ମିଡିଆ ସମ୍ମୁଖରେ ସ୍ବଚ୍ଛ ଭାବାମୂର୍ତ୍ତି ଦେଖାଉଛନ୍ତି ବୋଲି କହିଛନ୍ତି ସୂର୍ଯ୍ୟ ପାତ୍ର । କ୍ଷୁଦ୍ର ଶିଳ୍ପ ସହନିର୍ଦ୍ଦେଶକଙ୍କ ଅଫିସ ରାଉରକେଲାରୁ ପାରାଦୀପକୁ ସ୍ଥାନାନ୍ତର ହେବା ପରେ ପାରାଦୀପରେ ଦାମଙ୍କ ଜ୍ବାଇଁଙ୍କ ଘରେ ୫୦ ହଜାର ଟଙ୍କା ଭଡାରେ ଚାଲିଛି ଅଫିସ । ଇଫ୍‌କୋ କମ୍ପାନୀର ଅଫିସରଙ୍କୁ ଧମକାଇ ତାଙ୍କ ପୁଅର ଥିବା ଟ୍ରାନ୍ସପୋର୍ଟ ସଂସ୍ଥା ଜରିଆରେ ଶହ ଶହ ଟ୍ରକରେ ମାଲ ପରିବହନ କରୁଛନ୍ତି । ବହିଷ୍କାର ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଲ ବୋଲି କହୁଥିଲେ ଦାମ । ବହିଷ୍କାର ପରେ କଥା ବଦଳିଗଲେ, ମୁଖ୍ୟମନ୍ତ୍ରୀ ଖରାପ ବୋଲି କହୁଛନ୍ତି । ଦାମଙ୍କୁ ବହୁ ଆଗରୁ ବହିଷ୍କାର କରିବାର ଥିଲା ବୋଲି ସୂର୍ଯ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.