ଚମକୁଛି 'SKY'ଙ୍କ ବ୍ୟାଟ୍‌, ରିଜୱାନଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର ଯାଦବ

Published By : Prameya-News7 Bureau | October 28, 2022 IST

ପର୍ଥ ୨୮।୧୦: ସୂର୍ଯ୍ୟକୁମାର ଯାଦବଙ୍କ ଆଉ ଏକ ରେକର୍ଡ । ଚଳିତ ବର୍ଷ କେବଳ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି ଭାରତର ଏହି ଷ୍ଟାର ବ୍ୟାଟସମ୍ଆନ୍‌ । ସେ ୨୦୨୨ କ୍ୟାଲେଣ୍ଡର ବର୍ଷରେ ୨୫ଟି ଇନିଂସରୁ ୪୧.୨୮ ହାରରେ ମୋଟ୍‌ ୮୬୭ ରନ୍‌ ସଂଗ୍ରହ କରିଛନ୍ତି ।

ଗୁରୁବାର ନେଦରଲାଣ୍ଡସ୍ ବିପକ୍ଷରେ ଅପରାଜିତ ୫୧ ରନ୍‌ର ଇନିଂସ ଖେଳି ସେ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇଛନ୍ତି । ରିଜୱାନ ଚଳିତ ବର୍ଷ ୮୨୫ ରନ୍‌ ସଂଗ୍ରହ କରିସାରିଛନ୍ତି । ଜିମ୍ବାୱେର ଶିକନ୍ଦର ରାଜା ଚଳିତ ବର୍ଷ ମୋଟ୍‌ ୬୫୨ ରନ୍‌ ସଂଗ୍ରହ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଶ୍ରୀଲଙ୍କାର ପଥୁମ ନିଶଙ୍କା ଚଳିତ ବର୍ଷ ମୋଟ ୬୩୬ ରନ୍‌ ଓ ଭାରତର ବିରାଟ କୋହଲି ୬୨୯ ରନ୍‌ ସହ ପରବର୍ତ୍ତୀ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.