scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୂର୍ଯ୍ୟଗ୍ରହଣ ସରିବା ପରେ କଣ ରହିଛି ନୀତି ନିୟମ, ଗର୍ଭବତୀ ମହିଳା ଏମିତି କରୁଛନ୍ତି କି ?

26/10/2022 at 8:06 AM

ଭୁବନେଶ୍ୱର: ଭାରତରେ ୨୫ ଅକ୍ଟୋବରରେ ଲାଗିଥିବା ସୂର୍ଯ୍ୟଗ୍ରହଣ ଶେଷ ହୋଇଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ଚାରିଟାରୁ ଗ୍ରହଣ ଲାଗି ସନ୍ଧ୍ୟା ୬ ଟା ୧୦ ମିନିଟରେ ସରିଥିଲା। ଏହା ବର୍ଷର ଶେଷ ସୂର୍ଯ୍ୟପରାଗ ଥିଲା। ଭାରତରେ ୨ ଅଗଷ୍ଟ ୨୦୧୭ ରେ ଆସନ୍ତା ସୂର୍ଯ୍ୟଗ୍ରହଣ ଦେଖାଯିବ। ତେବେ ସୂର୍ଯ୍ୟପରାଗକୁ ନେଇ ଲୋକମାନସରେ ଅନେକ ପ୍ରଥା ପରମ୍ପରା ରହିଛି। ଏହି ଅନୂଯାୟୀ ସୂର୍ଯ୍ୟପରାଗ ପରେ କିଛି ରହିଥିବା ନୀତି ନିୟମ ବିଷୟରେ ଜାଣିଛନ୍ତି କି ?

  • ସୂର୍ଯ୍ୟଗ୍ରହଣ ଶେଷ ହେବା ପରେ ଦାନ କରିବା ଦରକାର। ଗ୍ରହଣ ଶେଷ ହେବା ପରେ ସ୍ନାନ ନିଶ୍ଚୟ କରିବା ଦରକାର। ଏହା  ସହ କେହି ଗରିବକୁ ଅନ୍ନ, ବସ୍ତ୍ର କିମ୍ବା ଧନ ଦାନ କରିବା ଦରକାର।
  • ଗ୍ରହଣ ଶେଷ ହେବା ପରେ ଠାକୁର ଦର୍ଶନ କରିପାରିବେ। କାରଣ ସୂର୍ଯ୍ୟଗ୍ରହଣ ସରିବା ପରେ ଦିଅଁ ଦର୍ଶନ ଶୁଭ ବୋଲି ବିଶ୍ୱାସ ରହିଛି।
  • ସୂର୍ଯ୍ୟଗ୍ରହଣ ପରେ ମନ୍ଦିରରେ ସଫେଇ କରିବା ସହ ଭଗବାନଙ୍କ ବିଗ୍ରହ ଗଙ୍ଗାଜଳରେ ସ୍ନାନ କରି ତୁଳସୀ ଏବଂ ଶମୀରେ ଗଙ୍ଗାଜଳ ଛିଞ୍ଚି ତାହାକୁ ଶୁଦ୍ଧ କରିବା ଉଚିତ ବୋଲି କୁହାଯାଏ।
  • ସେହିପରି ସୂର୍ଯ୍ୟଗ୍ରହଣ ଗ୍ରହଣ ସରିବା ପରେ ବାସଗୃହ ସଫେଇ କରିବା ଦରକାର ବୋଲି କୁହାଯାଏ । କାରଣ ଲୋକ ବିଶ୍ୱାସରେ ଗ୍ରହଣ ସମୟରେ ଘରେ ଭିତରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତେଣୁ ଘର ସଫେଇ ଆବଶ୍ୟକ ବୋଲି କିଛି ଜ୍ୟୋତିର୍ବିଦ୍ ମତ ଦେଇଥାନ୍ତି।
  • ସୂର୍ଯ୍ୟଗ୍ରହଣ ଶେଷ ହେବା ପରେ ଗର୍ଭବତୀ ମହିଳା ସ୍ନାନ କରିବା ଉଚିତ ବୋଲି କୁହାଯାଏ। କୁହାଯାଏ ଏମିତି କରିବା ଦ୍ୱାରା ଗର୍ଭରେ ଥିବା ପିଲାକୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ।

   Related Posts