Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଆସନ୍ତା ୨୯ ଦିନ ପର୍ଯ୍ୟନ୍ତ ଏହି ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ , ବର୍ଷିବ ସୂର୍ଯ୍ୟ ଦେବଙ୍କ କୃପା…

16/12/2021 at 8:13 AM

ନୂଆଦିଲ୍ଳୀ ୧୬।୧୨ : ଆଜି ଠାରୁ ସୂର୍ଯ୍ୟ ଦେବ ବିଛା ରାଶିରୁ ଧନୁ ରାଶିକୁ ପ୍ରବେଶ କରି ସାରିଛନ୍ତି ।  ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ। ଯେତେବେଳେ ସୂର୍ଯ୍ୟ ଦେବ ଶୁଭ ହୁଅନ୍ତି, ବ୍ୟକ୍ତିଙ୍କ  ଭାଗ୍ୟବାନ ହୁଏ । ସୂର୍ଯ୍ୟ ଦେବ ୧୬ ଡିସେମ୍ବରରୁ ୧୪ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଧନୁ ରାଶିରେ ରହିବେ । ସରକାରୀ ଏବଂ ଅଣ-ସରକାରୀ କ୍ଷେତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା, ପିତା, ମାନ- ସମ୍ମାନ, ସଫଳତା, ପ୍ରଗତି ଏବଂ ଉଚ୍ଚ ସେବାର କାରକ ଗ୍ରହ ବୋଲି ବିବେଚନା କରାଯାଏ । ଆସନ୍ତୁ ଜାଣିବା ଆସନ୍ତା ୨୯ ଦିନ ପର୍ଯ୍ୟନ୍ତ କେଉଁ ରାଶି ଗୁଡିକ ଉପରେ ପ୍ରଭାବ ପଡିବ ।

ମେଷ ରାଶି-ଏହି ରାଶିର ବ୍ୟକ୍ତିମାନଙ୍କୁ ଭଲ ଫଳାଫଳ ମିଳିବ । ଏହି ସମୟରେ ତୁମେ ତୁମର ଶତ୍ରୁମାନଙ୍କ ଠାରୁ ମୁକ୍ତି ମିଲିବ । କର୍ମକ୍ଷେତ୍ରରେ ମାନ-ସମ୍ମାନ ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବିବାହିତ ଜୀବନସୁଖମୟ ହେବ । ଯେଉଁଥି ପାଇଁ ଆର୍ଥିକ ଦିଗ ଦୃଢ ହେବ ।

ମିଥୁନ ରାଶି – ଶୁଭ ଖବର ମିଳିପାରେ । ଏହି ସମୟରେ ପାରିବାରିକ ସମ୍ପର୍କରେ ମଧୁରତା ବଢିବ ।ଚାକିରି ଖୋଜୁଥିବା ଲୋକମାନେ ଭଲ ଫଳାଫଳ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବିବାହିତ ଜୀବନ ସୁଖମୟ ହେବ । ଧନ -ଲାଭ ହେବ । ଯେଉଁଥିପାଇଁ ଆର୍ଥିକ ସ୍ଥିତି ଦୃଢ ହେବ ।

କର୍କଟ ରାଶି- ଏହି ସମୟରେ କର୍କଟ ରାଶି ପାଇଁ ଶୁଭ ବୋଲି କୁହାଯାଇପାରେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । ପଦ-ପଦବୀରେ ବୃଦ୍ଧି ହେବ । କାରବାର ପାଇଁ ଏହା ଏକ ଭଲ ସମୟ ଅଟେ ।

ସିଂହ ରାଶି- ସିଂହ ରାଶିର ଲୋକଙ୍କ ପାଇଁ, ଏହା ଏକ ସବୁ ଠାରୁ ଖୁସିର ଦିନ ବୋଲି କୁହାଯାଉଛି ।  ପଦ-ପଦବୀରେ ସମ୍ମାନ ମିଳିବ । କର୍ମକ୍ଷେତ୍ରରେ ଲାଭ ହେବ । ରାଶିରେ ସୂର୍ଯ୍ୟ ପ୍ରବେଶ ହେତୁ ସଫଲତା ମିଳିବ । ଯେକୌଣସି କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ । ୧୪ଜାନୁଆରୀ ୨୦୨୨ପର୍ଯ୍ୟନ୍ତ ଏହା ଶୁଭ ସମୟ ଅଟେ।

ବିଛା ରାଶି- ସାହସ ଏବଂ ଶକ୍ତିରେ ବୃଦ୍ଧି ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ପରିଶ୍ରମର ଫଳ ପାଇବେ । ମାନ-ସମ୍ମାନ ଏବଂ ପଦ-ପଦବୀ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଛି । ଆର୍ଥିକ ଦିଗ ଦୃଢ ହେବ। ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏହା ଭଲ ଦିନ ଅଟେ ।

   Related Posts