ଭାରତୀୟ ବିମାନସେବାରେ ଖୁସି ନାହାନ୍ତି ଯାତ୍ରୀ; ବିମାନ ଉଡ଼ାଣ ବିଳମ୍ବ ନେଇ ସର୍ବାଧିକ ଅଭିଯୋଗ, କର୍ମଚାରୀ କରୁଛନ୍ତି ଦୁର୍ବ୍ୟବହାର

Published By : Prameya-News7 Bureau | May 27, 2022 IST

ନୂଆଦିଲ୍ଲୀ: ଭାରତରେ ବିମାନପରିଚାଳନା କରୁଥିବା ଏୟାଲରାଇନ୍ସ କମ୍ପାନୀଗୁଡ଼ିକ ଭଲ ସେବା ପ୍ରଦାନ କରୁନାହାଁନ୍ତି। ବିମାନସେବାରେ ଖୁସି ନାହାନ୍ତି ଅଧିକାଂଶ ଯାତ୍ରୀ।  ଏନେଇ ବ୍ଲୁମ୍ବର୍ଗରେ ରିପୋର୍ଟ ପ୍ରକାଶ ପାଇଛି। ୧୫ ହଜାର ଯାତ୍ରୀଙ୍କ ମଧ୍ୟରୁ ୭୯ ପ୍ରତିଶତ ବିମାନରେ ମିଳୁଥିବା ସେବାରେ ଖୁସି ନାହାନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି।

ତୋବେ କୋଭିଡ୍ ପରେ ବିମାନସେବା ମାନରେ ଆହୁରି ହ୍ରାସ ହୋଇଛି। ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରାରେ ଏୟାରଲାଇନ୍ସ ସହ ବୁଝାମଣା କରିବାକୁ ପଡ଼ୁଛି। କର୍ମଚାରୀମାନେ କୋଭିଡ୍ ବାହାନା ଦେଖାଇ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଉ ନାହାନ୍ତି ଓ ନିଜ ଦାୟୀତ୍ୱରୁ ଖସିଯାଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ଗବେଷଣାରେ ଭାଗ ନେଇଥିବା ଯାତ୍ରୀମାନେ ସ୍ପାଇସ୍‌ଜେଟ୍‌ରେ ସବୁଠାରୁ ଖରାପ ସେବା ମିଳୁଥିବା ଅଭିଯୋଗ କରିଛନ୍ତି। ତା ପରେ ଦେଶରେ ୫୫ ପ୍ରତିଶତ ମାର୍କେଟ କବ୍ଜା କରିଥିବା ଇଣ୍ଡୋଗୋ ଏୟାରଲାଇନ୍ସ ଖରାପ ସେବା ଯୋଗାଇବାରେ ଦ୍ୱିତୀୟ ସ୍ଥାନରେ ରହିଛି। ସ୍ପାଇସ୍‌ ଜେଟ୍‌ ବିରୋଧରେ ୨୮ ପ୍ରତିଶତ ଅଭିଯୋଗ, ଇଣ୍ଡିଗୋ ୧୮ ପ୍ରତିଶତ, ଏୟାର ଇଣ୍ଡିଆ ୧୪ ପ୍ରତିଶତ, ଗୋ ପାଷ୍ଟ ୭ ପ୍ରତିଶତ, ଏୟାର ଏସିଆ ଇଣ୍ଡିଆ ୬, ଓ ବିସ୍ତାରା ବିରୋଧରେ ୨ ପ୍ରତିଶତ ଅଭିଯୋଗ ଆସିଛି।

ଗ୍ରାହକମାନଙ୍କର ଅଭିଯୋଗ ମଧ୍ୟରେ ରହିଛି ବିଳମ୍ବିତ ଉଡ଼ାଣ, ଅତି ଖରାପ ବିମାନ ସେବା, ଖରାପ ବୋଇଁ ପ୍ରୋସେସର ଓ ଏୟାର କ୍ରାଫ୍ଟର ଖରାପ ଇଣ୍ଟରିୟର। ଗ୍ରାହକଙ୍କ ଅଭିଯୋଗ ମଧ୍ୟରେ ବିଳମ୍ବିତ ଉଡ଼ାଣର ଅଭିଯୋଗ ଅଧିକ ହୋଇଛି। ସର୍ଭେରେ ୪୧ ପ୍ରତିଶତ ଯାତ୍ରୀ ବିଳମ୍ବିତ ଉଡ଼ାଣ ଅଭିଯୋଗ କରିଥିବା ବେଳେ ଖାଇବାକୁ ନେଇ ୩୭ ପ୍ରତିଶତ, ୨୮ ପ୍ରତିଶତ ସିଟ୍ ଖରାପ ଅଭିଯୋଗ, ୨୨ ପ୍ରତିଶତ କର୍ମଚାରୀ ବ୍ୟବହାର, ଲଗେଜ୍ ରକ୍ଷଣାବେକ୍ଷଣ ୩୦ ପ୍ରତିଶତ, ସୂଚନା ଦେବାରେ ଅବହେଳା ୨୮ ପ୍ରତିଶତ, ଅନ୍ୟ ଅଭିଯୋଗ ୭ ପ୍ରତିଶତ, ସର୍ଭେରେ ୬ ପ୍ରତିଶତ ଲୋକେ କୌଣସି ପ୍ରତିକ୍ରିୟା ଦେଇନଥିଲେ।

କେବଳ ସେତେକି ନୁହେଁ, ଏୟାରଲାଇନ୍ସ କର୍ମଚାରୀମାନେ ଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହାର ସଦ୍ୟ ଉଦାହରଣ ରାଞ୍ଚି ବିମାନବନ୍ଦରରେ ଭିନ୍ନକ୍ଷମ ପିଲାକୁ ଓ ପରିବାରକୁ ବିମାନରେ ବସିବାକୁ ନଦେବା। ଯାହାର ତଦନ୍ତ ଏବେ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.