scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଜେଟ୍ ଜିରୋ’! ପ୍ରଥମ ଥର ବିନା  ତୈଳରେ ଲଣ୍ଡନରୁ ନ୍ୟୁୟର୍କ ଉଡିଲା ବିମାନ

29/11/2023 at 9:32 PM

ଲଣ୍ଡନ୨୯।୧୧: ବୈଜ୍ଞାନିକମାନେ ବିଶ୍ୱରେ ପ୍ରଥମ ଥର ବିନା ତୈଳ ଅର୍ଥାତ ଜୀବାସ୍ମ ଇନ୍ଧନ ବିନା ବିମାନ ଉଡ଼ାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ବିଶ୍ୱରେ ପ୍ରଥମ ଥର ଏକ ବିମାନ ଜୀବାସ୍ମ ତୈଳ ବିନା ଲଣ୍ଡନରୁ ନ୍ୟୁୟର୍କକୁ ଉଡି ବିମାନ ବ୍ୟବସାୟରେ ନୂଆ କ୍ରାନ୍ତି ଆଣିଛି। ଏହି ବିମାନ ସମ୍ପୂର୍ଣ୍ଣ ‘ହାଇ ଫ୍ୟାଟ୍ ଆଣ୍ଡ ଲୋ ଇମିସନ’ ଓ ସ୍ୱଳ୍ପ ଉତ୍ସର୍ଜନ ଇନ୍ଧନ ଦ୍ୱାରା ସଞ୍ଚାଳିତ ଥିଲା। ଏହା ଏପରି ପ୍ରଥମ ବାଣିଜ୍ୟିକ ବିମାନ ଯାହା ଲଣ୍ଡନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଦୂରତାକୁ ବିନା ଜୀବାସ୍ମ ଇନ୍ଧନରେ ପାର କରିଛି। ଯାହାକୁ ଏବେ ‘ଜେଟ୍ ଜିରୋ’ ବୋଲି କୁହାଯାଉଛି।

ବିମାନ କମ୍ପାନୀ ‘ଭର୍ଜିନ ଆଟଲାଣ୍ଟିକ୍’ର ବୋଇଂ ୭୮୭ବିମାନକୁ ଜୀବାସ୍ମ ଇନ୍ଧନ ବ୍ୟବହାର ନକରି ସଞ୍ଚାଳିତ କରାଯାଇଛି। ଏହି ଉଡାଣ ନିମନ୍ତେ ୱେଷ୍ଟ ଫ୍ୟାଟ୍‌ରୁ ତିଆରି ଆଭିଏସନ ଫ୍ୟୁଲ ବ୍ୟବହାର କରାଯାଇଥିଲା। ଭର୍ଜିନ ସଂସ୍ଥାପକ ରିଚାର୍ଡ ବ୍ରାନସନ୍‌ କହିଛନ୍ତି ଯେ ‘ଯେଉଁ ପର୍ଯ୍ୟନ୍ତ ଖାସ କିଛି କରା ନଯାଏ ସେ ପର୍ଯ୍ୟନ୍ତ ଦୁନିଆ ଏହା ଭାବିଥାଏ ଏପରି ହୁଏତ କିଛି  ହୋଇନପାରେ’ । ଏହି ବିମାନରେ ସରକାରୀ ଅଧିକାରୀ, ଇଞ୍ଜିନିୟର ଓ ସାମ୍ବାଦିକଙ୍କ ସହ ନିଜେ ବ୍ରାନସନ୍‌ ମଧ୍ୟ ଯାତ୍ରୀ ହୋଇଥିଲେ।  ଏହି ଉଡାଣରେ ବିମାନ ଆଟଲାଣ୍ଟିକ୍‌ ମହାସାଗରକୁ ମଧ୍ୟ ପାର କରିଥିଲା।

ବ୍ରିଟେନ ପରିବହନ ବିଭାଗ ଉଡାଣର ଯୋଜନା କରିବା ଓ ଏହାକୁ ସଞ୍ଚାଳନ କରିବା ନିମନ୍ତେ ୧୦ଲକ୍ଷ ପାଉଣ୍ଡ(୧୨.୭ ଲକ୍ଷ ଆମେରିକୀୟ ଡଲାର) ଦେଇଛନ୍ତି। ବିଭାଗ ବିମାନ ଯାତ୍ରାକୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ପରୀକ୍ଷଣକୁ ‘ଜେଟ୍ ଜିରୋ’ ନାମିତ କରିଛି। ତେବେ ବ୍ୟାପକ ରୂପେ ଏପରି ଇନ୍ଧନ ଉତ୍ପାଦନରେ ଏବେବି ଅନେକ ବାଧା ରହିଛି। ଆମେରିକା ଶକ୍ତି ବିଭାଗ କହିଛି ଯେ ଅନ୍ତର୍ଜାତୀୟ ବିମାନ ଉଦ୍ୟୋଗ ନିମନ୍ତେ ୨୦୫୦ ସୁଦ୍ଧା ଜିରୋ କାର୍ବନ ଇମିସନ ଲକ୍ଷ ହାସଲ ନିମନ୍ତେ ଏହା ସବୁଠୁ ଭଲ ଉପାୟ। କାରଣ ଏହା ଗ୍ରିନ ହାଉସ୍ ଗ୍ୟାସ୍‌ ଉତ୍ସର୍ଜନକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରୁଛି।

ସମୁଦ୍ରରେ ଭାରତର ବଢିବ ଶକ୍ତି, ନୌସେନାକୁ ମିଳିବ ଆଉ ଏକ ବିମାନବାହକ ପୋତ

   Related Posts