ସୂର୍ଯ୍ୟଙ୍କର ଗତି ପରିବର୍ତ୍ତନ ବଦଳାଇବ ଏହି ୫ଟି ରାଶିର ଭାଗ୍ୟ; ଜାଣନ୍ତୁ କଣ ହେବ ଲାଭ

Published By : Prameya-News7 Bureau | March 13, 2022 IST

ଯ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବା ଏକ ବଡ଼ ପରିବର୍ତ୍ତନ ବୋଲି ବିଶ୍ୱାସ କରାଯାଏ। ସୂର୍ଯ୍ୟ ସଫଳତା, ସମ୍ମାନ, ଆତ୍ମବିଶ୍ୱାସର କାରକ ଗ୍ରହ ଅଟନ୍ତି । ଯଦି ସୂର୍ଯ୍ୟ ଶୁଭ ହୁଅନ୍ତି ତେବେ ବ୍ୟକ୍ତି ନିଜ ଜୀବନରେ ଶୀଘ୍ର ଉନ୍ନତି କରିଥାଏ। ଆସନ୍ତା ୨୦୨୨ ମାର୍ଚ୍ଚ ୧୫ ତାରିଖରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। କାରଣ ମୀନ ସୂର୍ଯ୍ୟଙ୍କର ମିତ୍ର ରାଶି ଅଟେ ସେଥିପାଇଁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ୫ଟି ରାଶି ପାଇଁ ବହୁତ ଲାଭ ଦାୟକ ହେବ। ଏହି ପାଞ୍ଚଟି ରାଶିର ବ୍ୟକ୍ତିମାନଙ୍କୁ ବହୁତ ମାନ-ସମ୍ମାନ, ଓ ସଫଳତା ମିଳିବ। ସୂର୍ଯ୍ୟ ଗୋଟିଏ ମାସ ପର୍ଯ୍ୟନ୍ତ ଏହି ରାଶିରେ ରହିବେ ।

ବୃଷ:~ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଶୁଭ ହେବ। ସୂର୍ଯ୍ୟଦେବ ବୃଷ ରାଶି ରୋଜଗାର ଦିଗରେ ଗତି କରୁଛନ୍ତି। ଏହି ରାଶି ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତିମାନଙ୍କର ରୋଜଗାର ବଢ଼ାଇବ।ଏହା ଦ୍ୱାରା ଧନ ଲାଭ ହେବା ସହ ବିଭିନ୍ନ ମାଧ୍ୟମରୁ ପଇସା ମିଳିବ। ନିବେଶ ପାଇଁ ଏହି ସମୟ ବହୁତ ଭଲ ରହିଛି। ବିଶେଷ ଭାବେ ସମ୍ପତ୍ତିରେ ନିବେଶ କରିବା ବହୁତ ଲାଭଦାୟୀ ହେବ।

ମିଥୁନ:~ ସୂର୍ଯ୍ୟଙ୍କର ଏହି ଗତି ପରିବର୍ତ୍ତନରେ ମିଥୁନ ରାଶିର ବ୍ୟକ୍ତିମାନଙ୍କର କ୍ୟାରିଅର ବୃଦ୍ଧି ପାଇବ। ଏହାଦ୍ୱାରା ଏହି ରାଶିର ବ୍ୟକ୍ତିମାନଙ୍କୁ ନୂଆ ଚାକିରି ସୁଯୋଗ ମିଳିପାରେ। ଚାକିରିରେ ଥିବା ବ୍ୟକ୍ତିମାନଙ୍କର ଦରମା ବଢ଼ିବା ସହିତ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟୀମାନଙ୍କର ଲାଭ ହେବ। ରାଜନୀତିରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ।

କର୍କଟ:~ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ବହୁତ ଲାଭ ଦେବ। ଏହା ଦ୍ୱାରା ଚାକିରି, ବ୍ୟବସାୟ ଦୁଇଟି କ୍ଷେତ୍ରରେ ଲାଭ ହୋଇପାରେ । ଏହି ସମୟ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ପଦ, ପ୍ରତିଷ୍ଠା ଓ ପଇସା ଦେବାରେ ସହାୟକ ହେବ।

ବିଛା:~ ବିଛାରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଚାରିଆଡ଼ୁ ଲାଭଦାୟକ ହେବ। ପାରିବାରିକ ଜୀବନ ବହୁତ ଭଲ ରହିବ। ଧନ ଲାଭ ହେବ। ଭ୍ରମଣରେ ଯାଇ ପାରନ୍ତି।

ଧନୁ:~ ଧନୁ ରାଶିରେ ଭାଗ୍ୟ ଓ ଧର୍ମ ଦିଗରେ ସୂର୍ଯ୍ୟ ଗତି କରୁଛନ୍ତି । ଏହାଦ୍ୱାରା ଏହି ରାଶିର ବ୍ୟକ୍ତିମାନଙ୍କର ପାଇଁ ଧନ ଲାଭହେବ। ନୂଆ ଘର କିମ୍ୱା ଗାଡ଼ି କିଣି ପାରନ୍ତି। ଚାକିରି କରୁଥିବା ବ୍ୟକ୍ତି ଓ ବ୍ୟବସାୟୀ ମାନଙ୍କର ଲାଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.