୨୦୧୬ ସେପ୍ଟେମ୍ବରରେ ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକ୍ ର ଭିଡିଓ ସାମ୍ନାକୁ ଆସିଛି

Published By : Prameya-News7 Bureau | June 28, 2018 IST

୨୦୧୬ ସେପ୍ଟେମ୍ବରରେ ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକ୍ ର ଭିଡିଓ ସାମ୍ନାକୁ ଆସିଛି । ପାକ୍ ଅଧିକୃତ କାଶ୍ମୀରରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ ଭାରତୀୟ ସେନା । ୨୦୧୬ ସେପ୍ଟେମ୍ବର ୧୮ତାରିଖରେ ଉରି ସେକ୍ଟରରେ ଆତଙ୍କୀ ହମଲାର ୧୧ଦିନ ପରେ ସେପ୍ଟେମ୍ବର ୨୮ -୨୯ ତାରିଖରେ ଏହି ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା । ଯାହାକୁ ନେଇ ଦେଶ ବିଦେଶ ଚର୍ଚ୍ଚା ହୋଇଥିଲା । ଭାରତୀୟ ସେନା POKରେ ଥିବା ୫ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଉଡାଇ ଦେଇଥିଲେ । ପୁଣି ସୁରକ୍ଷିତ ଭାବରେ ଫେରି ଆସିଥିଲେ । ସର୍ଜିକାଲ ଷ୍ଟ୍ରାଇକ୍ ପରଦିନ ତତ୍କାଳୀନ ଜେନେରାଲ୍ ଅଫ ମିଲିଟାରୀ ଅପରେସନ ରଣବୀର ସିଂ ଏହି ସର୍ଜିକାଲ ଷ୍ଟ୍ରାଇକ୍ ସଂପର୍କରେ ପ୍ରେସ କନଫରେସନ୍ସ କରି ସୂଚନା ଦେଇଥିଲେ । ସେତେବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରିଥିଲା । ତେବେ ୨୧ମାସ ପରେ ଏହାର ଭିଡିଓ ସାମ୍ନାକୁ ଆସିଛି । POKରେ ଥିବା ଆତଙ୍କୀର ଅନେକ ଲଞ୍ଚ ପ୍ୟାଡ୍ ନଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦ ନେଇ ଏକ ବଡ ପ୍ରମାଣ ବୋଲି ବିଜେପି କହିବା ସହ କଂଗ୍ରେସକୁ ଟାର୍ଗେଟ କରିଛି । ଭାରତୀୟ ସେନାକୁ ପ୍ରମାଣ ମାଗିଥିବା ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛି । ସେପଟେ କଂଗ୍ରେସ କହିଛି ଭାରତୀୟ ସେନାର ତ୍ୟାଗ ବଦଳରେ ବିଜେପି ଭୋଟ ଗୋଟାଇବାର ଚେଷ୍ଟା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.