ସର୍ଜିକାଲ ଷ୍ଟ୍ରାଇକର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ପରାକ୍ରମ ପର୍ବ ପାଳିତ ; ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 28, 2018 IST

ଦିଲ୍ଲୀ ୨୮/୯ : ସର୍ଜିକାଲ ଷ୍ଟ୍ରାଇକ ର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ ହେଉଛି ପରାକ୍ରମ ପର୍ବ । ସର୍ଜିକାଲ ଷ୍ଟ୍ରାଇକର ଶୌର୍ଯ୍ୟ ଗାଥାକୁ ଦର୍ଶାଇବା ପାଇଁ ଯୋଧପୁରରେ ଆରମ୍ଭ ହୋଇଛି ପରାକ୍ରମ ପର୍ବ ପ୍ରଦର୍ଶନୀ । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଛନ୍ତି । [gallery ids="45895"] ଆଜିକୁ ୨ବର୍ଷ ତଳେ ଭାରତୀୟ ସେନା ଦେଖାଇଥିଲା ପରାକ୍ରମ । POKରେ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକର ଦୁଇ ବର୍ଷ ପୂରିବାର ଠିକ ଆଗରୁ ଏକ ଭିଡିଓ ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ ।୨୦୧୬ ସେପ୍ଟେମ୍ବର ୨୯ରେ ପାକିସ୍ଥାନ ଅଧିକୃତ କାଶ୍ମୀରରେ ସେନା ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ଏଥିରେ ଦେଖିବାକୁ ମିଳୁଛି POKରେ ରହିଛି ଆତଙ୍କୀଙ୍କ ଲଞ୍ଚପ୍ୟାଡ୍ । ଯାହାକୁ ସେନାର ଯବାନ ମାନେ ଧ୍ବଂସ କରିଛନ୍ତି । ଗତ ସପ୍ତାହରେ ଆର୍ମି ଚିଫ୍ ଜେନେରାଲ ବିପିନ ରାୱତ କହିଥିଲେ, ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କୀଙ୍କୁ ଦମନ କରିବା ଲାଗି ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ର ଆବଶ୍ୟକତା ରହିଛି । ଏପଟେ ସୀମା ସେପଟେ ଅନେକ ଲଞ୍ଚପ୍ୟାଡ୍ ରେ ଆତଙ୍କବାଦୀମାନେ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି । ଏପରି ସ୍ଥିତିରେ ସର୍ଜିକାଲ ଷ୍ଟ୍ରାଇକ୍ ର ନୂଆ ଭିଡିଓ ଆସିଛି । ଯେଉଁଥିରେ ପାକିସ୍ତାନର ହରକତକୁ ଜବାବ ଦେଇଛନ୍ତି ଭାରତୀୟ ସେନା । [gallery ids="45890"]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.