ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | January 18, 2023 IST

ଧର୍ମଗଡ ୧୮/୦୧: ବାଇକ ଧକ୍କାରେ ମହିଳା ମୃତ୍ୟୁ । ଉତ୍ୟକ୍ତ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ । ଘଟମା ଘଟିଛି ଧର୍ମଗଡ ଜାତୀୟ ରାଜପଥ ୨୬ କାଲୋପଲା ଛକ ନିକଟରେ ।

ସୂଚନା ଥାଉକି, ଜାତୀୟ ରାଜପଥ ୨୬ କାଲୋପଲା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ବାଇକ ଜଣେ ମହିଳାଙ୍କୁ ଧକ୍କା ଦେବା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ତାରାପୁର ପଞ୍ଚାୟତ ଟେମରିଆପଡାର କୁନ୍ତଳା ବାରିକ ବୋଲି ଜଣାପଡିଛି ।

ମହିଳା ଜଣଙ୍କ ମହିଚାଲ ବ୍ୟାଙ୍କକୁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ସେପଟେ ମହିଳାଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ମହିଳାଙ୍କ ପରିବାର ଏବଂ ଗ୍ରାମବାସୀ ରାଜପଥ ୨୬କୁ ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.