UAEରୁ ଫେରିଲେ ସୁରେଶ ରାଇନା, ଚଳିତ ବର୍ଷ IPL ସିଜିନ୍ ଖେଳିବେ ନାହିଁ ଏହି ଷ୍ଟାର ଖେଳାଳି
29/08/2020 at 12:00 PM

ନୂଆଦିଲ୍ଲୀ ୨୯।୦୮: କରୋନା ଭାଇରସ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)୨୦୨୦ । ଆଉ କିଛିଟା ଦିନ ପରେ ଆରମ୍ଭ ହେବ IPL 2020ର ୧୨ତମ ସଂସ୍କରଣ । କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ(CSK) କୁ ଲାଗିଛି ଜୋରଦାର୍ ଝଟ୍କା । ଚେନ୍ନାଇ ସୁପର କିଙ୍ଗ୍ସର ଧୁଆଁଧାର ବାମହାତୀ ବ୍ୟାଟ୍ସମ୍ୟାନ୍ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହାଦ୍ୱାରା ଟିମ୍କୁ ଏକ ଶକ୍ତ ଧକ୍କା ଲାଗିଛି ।
ଚେନ୍ନାଇ ସୁପର କିଙ୍ଗ୍ସର ଧୁଆଁଧାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଭାରତ ପ୍ରତ୍ୟାବର୍ତନ କରିଛନ୍ତି । ନିଜର ବ୍ୟକ୍ତିଗତ କାରଣ ପାଇଁ ସେ ଭାରତ ଫେରିଆସିଥିବା ଜଣାପଡିଛି । କିନ୍ତୁ ରାଇନା ଭାରତ ଫେରିବାର କାରଣ କଣ ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ୍ର ଟୁର୍ଣ୍ଣାମେଣ୍ଟ ଆରମ୍ବ ହେବାକୁ ଯାଉଛି । ଏଥିପାଇଁ ମଧ୍ୟ ପ୍ରସ୍ତୁତି ଜୋରାଦାର ଚାଲିଛି ।
Suresh Raina has returned to India for personal reasons and will be unavailable for the remainder of the IPL season. Chennai Super Kings offers complete support to Suresh and his family during this time.
— Chennai Super Kings (@ChennaiIPL) August 29, 2020
KS Viswanathan
CEO
ସମସ୍ତ ଟିମ୍ର ସଦସ୍ୟମାନେ ୟୁଏଇରେ ପହଞ୍ଚିସାରିଲେଣି । କିଛି ଦିନ ତଳେ CSK ଟିମ୍ର ସଦସ୍ୟମାନେ ମଧ୍ୟ ୟୁଏଇରେ ପହଞ୍ଚିଥିଲେ । ଏହାପରେ ସେମାନଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ତେବେ ଟେଷ୍ଟ ହୋଇଥିବା ସାମ୍ପୁଲ ମଧ୍ୟରୁ କିଛି ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହାଫଳରେ କି CSKର ଟିମ୍ର ସଦସ୍ୟମାନଙ୍କ ଏକ ସପ୍ତାହ ପାଇଁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତ ବର୍ଷ ଆଇପିଏଲ୍ରୁ ରୈନା ବାଦ୍ ପଡିବା CSK ପାଇଁ ଏକ ବଡ ଝଟ୍କା । କ୍ରିକେଟ ଭାଷ୍ୟାକାର ହର୍ଷ ଭୋଗଲେଙ୍କ ମତରେ , ଚଳିତ ସିଜିନ୍ ପାଇଁ CSK ଟିମ୍ରୁ ରାଇନା ବାଦ୍ ପଡିବା ଏକ ଦୁଃଖ ଖବର । ଚଳିତ ସିଜିନରେ ସେ ଭଲ ଫର୍ମରେ ଫେରିବା ନେଇ ଅନେକ ଆଶା ରଖିଥିଲେ , କିନ୍ତୁ ଅଚାନକ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଯାହାକି ଟିମ୍ ପାଇଁ ଏକ ବଡ଼ ଝଟ୍କା ।
Heart goes out to @ImRaina who is having to miss out on the #Dream11IPL for personal reasons. Having spoken to him recently on @cricbuzz, I know how desperate he was to do well. Huge blow to @ChennaiIPL. They have the resources to recover but then Raina and CSK are so intertwined
— Harsha Bhogle (@bhogleharsha) August 29, 2020
ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି ସମେତ ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ୟ ଖେଳାଳିମାନେ ୨୧ ଅଗଷ୍ଟରେ ୟୁଏଇ ଅଭିମୁଖେ ଯାତ୍ରା କରିଥିଲେ । ସୁପରକିଙ୍ଗ୍ସର ସଦସ୍ୟ ୧୫ରୁ ୨୦ଅଗଷ୍ଟ ପର୍ଯ୍ୟନ୍ତ ଚେନ୍ନାଇ କ୍ୟାମ୍ପରେ ଯୋଗଦେଇଥିଲେ । ସେପଟେ ବରିଷ୍ଠ ସ୍ପିନର ହରଭଜନ ସିଂହ ବ୍ୟକ୍ତିଗତ କାରଣ ପାଇଁ ବିଳମ୍ବରେ ୟୁଏଇ ଗସ୍ତ କରିବେ ବୋଲି ସୂଚନା ଦେଇଥିଲେ ।
ରୈନା ଓ ଧୋନି ଅଗଷ୍ଟ ୧୫ ତାରିଖ ଦିନ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଯାଇଥିଲେ । ଆଇପିଏଲ୍ର ୧୩ତମ ସିଜିନ୍ କରୋନା ମହାମାରୀ ଲାଗି ୟୁଏଇରେ କରିବା ପାଇଁ ବିସିସିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୧୩ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଆଇପିଏଲ୍ର ୧୩ତମ ସିଜିନ୍ ଜାରି ରହିବ ।