ଆଉ ନାହାଁନ୍ତି ରାଇନାଙ୍କ କୋଚ୍ ସତପାଲ : ଭାବବିହ୍ୱଳ ପୋଷ୍ଟ ସେୟାର କଲେ ଷ୍ଟାର୍ କ୍ରିକେଟର
22/08/2022 at 7:40 AM

ନୂଆଦିଲ୍ଲୀ, ୨୨|୦୮: ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ପିଲାଦିନର କୋଚ୍ ସତପାଲ କୃଷ୍ଣନଙ୍କ ପରଲୋକ । ରାଇନା ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସତପାଲ ଜଳନ୍ଧରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସା ପାଇଁ ରାଇନା ଯଥା ସମ୍ଭବ ସାହାଯ୍ୟ କରିଥିଲେ ମଧ୍ୟ ସବୁ ପ୍ରୟାସ ବିଫଳ ହୋଇଥିଲା ।
ସୁରେଶ ରାଇନା ଟ୍ୱିଟ୍ କରି କହିଛନ୍ତି ଯେ, ସତପାଲଙ୍କ ଦେହାନ୍ତ ଖବର ଶୁଣି ଖୁବ ବ୍ୟଥିତ ଲାଗୁଛି । ସମସ୍ତ ଉପଲବ୍ଧି ଓ କଡା ପରିଶ୍ରମ ପଛରେ ତାଙ୍କର ହାତ ଥିଲା । ସେ ତାଙ୍କୁ ଯାହା ଶିଖାଇଛନ୍ତି ତାହା କେବେ ଭୁଲି ପାରିବେ ନାହିଁ । ମନରେ ଓ ପ୍ରାର୍ଥନାରେ ସତପାଲ ସବୁଦିନ ପାଇଁ ରହିବେ । ତାଙ୍କର ପରିବାର ଓ ପ୍ରିୟଜନଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ରାଇନା ।
It aches my heart to hear about the passing away of my coach Krishnan Sir, the reason behind all my achievements and hard work, the lessons he taught me can never be forgotten, forever in my memories and prayers. My deepest condolences to his family and loved ones. Om shanti 🙏
— Suresh Raina🇮🇳 (@ImRaina) August 21, 2022
ସତପାଲଙ୍କ ଚିକିତ୍ସା ପାଇଁ ରାଇନା ଖୁବ୍ ଉଦ୍ୟମ କରିଥିଲେ । କିନ୍ତୁ ବଞ୍ଚାଇପାରିନଥିଲେ । ସତପାଲଙ୍କ ବାବଦରେ ରାଇନା ନିଜର ଆତ୍ମଜୀବନୀ ବିଲିଭରେ ଉଲ୍ଲେଖ କରିଥିଲେ । କ୍ରିକେଟକୁ ବୁଝିବା ପାଇଁ ସତପାଲ ତାଙ୍କୁ ଖୁବ୍ ସାହାଯ୍ୟ କରିଥିଲେ ବୋଲି ସେ ଲେଖିଥିଲେ ।
ସୂଚନାଯୋଗ୍ୟ, ରାଇନା ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କରିଥିଲେ । ସେ ୧୮ଟି ଟେଷ୍ଟ୍ ମ୍ୟାଚ୍ ଖେଳି ଗୋଟିଏ ଶତକ ସହ ୭୬୮ ରନ୍ କରିଥିଲେ । ସେହିପରି ୨୨୬ ଦିନିକିଆରେ ସେ ୫୬୧୫ ରନ୍ କରିବା ସହ ୭୮ଟି୨୦ରେ ୧୬୦୪ ରନ୍ ହାସଲ କରିଥିଲେ ।